www.samajalive.in
Wednesday, December 10, 2025
16.1 C
Bhubaneswar

ପାଦରେ ଅଳତା ଲଗାଇଲେ କ’ଣ ହୋଇଥାଏ? ଜାଣନ୍ତୁ ଧାର୍ମିକ ଓ ବୈଜ୍ଞାନିକ ମହତ୍ଵ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ପରମ୍ପରାରେ ମହିଳାଙ୍କ ୧୬ ଶୃଙ୍ଗାରକୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ଏହା କେବଳ ମହିଳାମାନଙ୍କୁ ସୁନ୍ଦର କରି ନ ଥାଏ ବରଂ ଏହାର ଅନେକ ଧାର୍ମିକ ଓ ବୈଜ୍ଞାନିକ ମହତ୍ଵ ମଧ୍ୟ ରହିଛି। ଆଜି ଆମେ ମହିଳାମାନେ ପାଦରେ ଲଗାଉଥିବା ଅଳତାର ମହତ୍ଵ ଓ ଲାଭ ବିଷୟରେ ଜାଣିବା, ଯଦ୍ଵାରା ଆପଣମାନେ ଜାଣିପାରିବେ ଯେ, ମହିଳାମାନେ ପର୍ବପର୍ବାଣୀ, ପୂଜା ତଥା ବିବାହ ଆଦି କାର୍ଯ୍ୟକ୍ରମରେ କାହିଁକି ପାଦରେ ଅଳତା ଲଗାନ୍ତି..

ଅଳତା ଲଗାଇବାର ଧାର୍ମିକ ମହତ୍ଵ-

- Advertisement -

ସୁହାଗର ଅନ୍ୟତମ ପ୍ରତୀକ ଅଳତା ଲଗାଇବା ଦ୍ଵାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ। ନାଲି ରଙ୍ଗକୁ ସୌଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ମାନ୍ୟତା ରହିଛି ଯେ, ଅଳତା ସୁଖୀ ବୈବାହିକ ଜୀବନ ପାଇଁ ଭଗବାନଙ୍କ ଆଶୀର୍ବାଦ ପ୍ରଦାନ କରେ। ଅଳତାକୁ ଦୁଇ ଆତ୍ମାର ମିଳନର ପ୍ରତୀକ ଭାବରେ ବିବେଚନା ମଧ୍ୟ କରାଯାଏ। ଏହା ବ୍ୟତୀତ ପାଦରେ ଅଳତା ଲଗାଇବା ଦ୍ଵାରା ଶରୀର ସହ ମାନସିକ ସୁରକ୍ଷା ମଧ୍ୟ ବଜାୟ ରହିଥାଏ। ଏହି କାରଣରୁ ହିନ୍ଦୁ ଧର୍ମରେ ବିଭିନ୍ନ ରୀତିନୀତି ଏବଂ ପର୍ବପର୍ବାଣୀରେ ଅଳତା ଲଗାଇବା ଜରୁରୀ ଏବଂ ଶୁଭ ବୋଲି ବିବେଚନା କରାଯାଏ। ଏହାର ନାଲି ରଙ୍ଗକୁ ପବିତ୍ରତା ଏବଂ ଦିବ୍ୟ ନାରୀ ଶକ୍ତିର ପ୍ରତୀକ ବୋଲି ମଧ୍ୟ ବିଶ୍ଵାସ ରହିଛି।

ଏହା ବ୍ୟତୀତ ନବଜାତ ଶିଶୁକନ୍ୟା ଏବଂ କୁଆଁରୀ ଝିଅମାନଙ୍କ ପାଦରେ ମଧ୍ୟ ଅଳତା ଲଗାଇବା ଶୁଭ ହୋଇଥାଏ। କାରଣ ଅଳତା ମା’ ଲକ୍ଷ୍ମୀଙ୍କ ସ୍ଵରୂପ ବୋଲି ବିଶ୍ଵାସ ରହିଛି। ଏଠାରେ କହିରଖୁଛୁ ଯେ, ବିବାହ ସମୟରେ କେବଳ ମହିଳା ନୁହଁନ୍ତି ପୁରୁଷଙ୍କୁ ମଧ୍ୟ ଅଳତା ଲଗାଯାଇଥାଏ।

ଅଳତା ଲଗାଇବାର ବୈଜ୍ଞାନିକ ମହତ୍ଵ-

ବୈଜ୍ଞାନିକଙ୍କ କହିବାନୁସାରେ, ପ୍ରାକୃତିକ ଉପାୟରେ ତିଆରି ଅଳତା ଲଗାଇବା ଦ୍ୱାରା ଚାପ ତଥା ଦୁଶ୍ଚିନ୍ତା କମ୍‌ କରିଥାଏ, ଗୋଇଠି ଥଣ୍ଡା ରହିଥାଏ ଏବଂ ପାଦର ଚର୍ମ ମଧ୍ୟ ନଷ୍ଟ ହେବାରୁ ରକ୍ଷା ପାଇଥାଏ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories