www.samajalive.in
Saturday, December 6, 2025
23.1 C
Bhubaneswar

ଉଚ୍ଚଶିକ୍ଷିତ ସଫଳ ଗୋପାଳକ ବିନୋଦ, ସମ୍ମାନିତ କଲେ ରାଜ୍ୟ ସରକାର

ଭୁବନେଶ୍ଵର: ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ‘ମତ୍ସ୍ୟ-ପ୍ରାଣୀ ସମାବେଶ-୨୦୨୫’ରେ ଗୋପାଳନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଭଦ୍ରକ ଜିଲାରୁ ବିନୋଦ କୁମାର ପତି ସଫଳ କୃଷକ ଭାବେ ସମ୍ମାନିତ ହୋଇଛନ୍ତି। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି ସମାବେଶର ଦ୍ଵିତୀୟ ଦିନରେ ଶନିବାର ତାଙ୍କୁ ମାନପତ୍ର, ସିଲ୍‌, ଉତ୍ତରୀୟ ସମେତ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଗ୍ରାମର ବିନୋଦ କୁମାର ପତି ଜଣେ ଉଚ୍ଚ ଶିକ୍ଷିତ ସଫଳ ଦୁଗ୍ଧ ଚାଷୀ ଭାବେ ଅଞ୍ଚଳରେ ପରିଚିତ। ଉନ୍ନତ ଜ୍ଞାନ କୌଶଳ ଆପଣାଇ ପ୍ରାୟ ୬୦ରୁ ଊର୍ଦ୍ଧ୍ବ ଗୋପାଳନ କରି ବେଶ୍‌ ଲାଭବାନ୍‌ ହେବାସହ ଅଞ୍ଚଳବାସୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ବିନୋଦ। ଗୋପାଳନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପୂର୍ବରୁ ଜିଲା ଓ ରାଜ୍ୟସ୍ତରରେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ବିନୋଦ। ଫେବୃଆରୀ ୧୪ରୁ ୧୬ ତାରିଖ ତିନି ଦିନ ଧରି ଆୟୋଜିତ ହେଉଥିବା ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲାରୁ ଅନେକ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories