www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରୀମନ୍ଦିରକୁ ଓମଫେଡ୍‌‌ ଦେଉଛି ମାସିକ ୨୧୯୪୩ କିଲୋଗ୍ରାମ ଘିଅ – ମନ୍ତ୍ରୀ

ଡେସ୍କ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶୁଦ୍ଧ ଘିଅ ବ୍ୟବହାର ନେଇ ରାଜ୍ୟ ସରକାର ପୂର୍ବରୁ ଓମଫେଡ୍‌‌କୁ ଆବଶ୍ୟକ ପରିମାଣର ଘିଅ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ସଂକ୍ରାନ୍ତରେ ଆଜି ବିଧାନସଭାରେ ଆଇନ୍‌‌ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଯେ ଶ୍ରୀମନ୍ଦିରରେ ମାସକୁ ୨୧ ହଜାର ୯୪୩ କିଲୋଗ୍ରାମ ଘିଅ ଆବଶ୍ୟକ ଥିବା ବେଳେ ଓମଫେଡ୍‌‌ ସମାନ ପରିମାଣର ଘିଅ ଯୋଗାଇ ଦେଉଛି।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଓମଫେଡ୍‌‌ ଯୋଗାଉ ଦେଉଥିବା ଘିଅ କୋଠଭୋଗ ସମେତ ଶ୍ରୀମନ୍ଦିରର ଅନ୍ୟାନ୍ୟ ରୋଷରେ ଭୋଗ ରନ୍ଧନ, ପିଠାପଣା ପ୍ରସ୍ତୁତି ଓ ଦୀପ ପ୍ରଜ୍ୱଳନରେ ବ୍ୟବହାର କରାଯାଉଛି। ତେବେ ଓମଫେଡ୍‌‌ ଘିଅ ବାଧ୍ୟତାମୂଳକ କରାଯିବା ପରେ ଅବଢ଼ା ଦର ବୃଦ୍ଧି ପାଇଥିବା ଅଭିଯୋଗ ନେଇ ସମ୍ପୃକ୍ତ ସେବକ ନିଯୋଗଙ୍କ ସହିତ ଆଲୋଚନା କରାଯାଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ଅନ୍ୟ ସବୁ ମନ୍ଦିରରେ ଓମଫେଡ୍‌‌ ଘିଅ ବ୍ୟବହାର ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories