www.samajalive.in
Saturday, December 6, 2025
26.1 C
Bhubaneswar

ତାତିରୁ ମିଳିବ ସାମାନ୍ୟ ଆଶ୍ଵସ୍ତି: ୧୯ରୁ ହାଲୁକା ବର୍ଷା

ଭୁବନେଶ୍ବର : ରାଜ୍ୟରେ ଏବେ ଖରା ବଢ଼ିବାରେ ଲାଗିଛି। ଫଗୁଣରୁ ତାପମାତ୍ରା ୩୫ ଡିଗ୍ରୀ ଟପି ଯାଉଥିବାବେଳେ ଝାରସୁଗୁଡ଼ା, ଅନୁଗୋଳରେ ତାତି ଅସହ୍ୟ କଲାଣି। ଶୁକ୍ରବାର ରାଜ୍ୟରେ ସର୍ବାଧିକ ତାପମାତ୍ରା ସମସ୍ତ ସ୍ଥାନରେ ୩୫ ଡିଗ୍ରୀ ତଳେ ରହିଥିଲା। ଅନୁଗୋଳରେ ସର୍ବାଧିକ ୩୪.୭ ଡିଗ୍ରୀ, ଖୋର୍ଦ୍ଧା ୩୪.୫, ଝାରସୁଗୁଡ଼ାରେ ୩୪.୨, ଢେଙ୍କାନାଳ, ବଲାଙ୍ଗୀର ଓ ରାୟଗଡ଼ାରେ ୩୩.୮ ଡିଗ୍ରୀ ଲେଖାଏଁ, ବୌଦ୍ଧ ୩୩.୫, ଭୁବନେଶ୍ବର ୩୩.୪ ଏବଂ କଟକରେ ୩୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ୧୮ ତାରିଖ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। କିନ୍ତୁ ପଶ୍ଚିମାଝଡ଼ ପ୍ରଭାବରେ ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜରେ କିଛି ସ୍ଥାନରେ ଏବଂ ୨୦ରୁ ୨୧ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ଅନ୍ୟପକ୍ଷରେ ସମତଳ ତଥା ଉପକୂଳ ଓଡ଼ିଶାରେ ରାତିରେ ଶୀତ କମିଥିଲେ ବି ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ପାଖାପାଖି ୪ ଡିଗ୍ରୀ ହ୍ରାସ ପାଇଛି। ଗତକାଲି ରାତିରେ ଜି ଉଦୟଗିରିରେ ସବୁଠୁ କମ୍‌ ୯.୪ ଡିଗ୍ରୀ ଏବଂ ରାଉରକେଲାରେ ୯.୮ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ଼ ହୋଇଛି। ଝାରସୁଗୁଡ଼ା ୧୦.୨, ଫୁଲବାଣୀ ୧୨.୫, ସୁନ୍ଦରଗଡ଼ ୧୨.୬, ସେମିଳିଗୁଡ଼ାରେ ୧୩.୧, ଚିପିଲିମା ୧୩.୨, କେନ୍ଦୁଝର ୧୩.୮, ଭୁବନେଶ୍ବର ୧୭.୮ ଏବଂ କଟକରେ ୧୭.୫ ଡିଗ୍ରୀ ରେକର୍ଡ଼ ହୋଇଛି। ସେହିପରି ଆଗାମୀ ତିନି ଦିନିରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ସମ୍ଭାବନା ରହିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories