www.samajalive.in
Sunday, December 14, 2025
26.1 C
Bhubaneswar

ସରକାରୀ ବସ ରହଣି କରୁ ନ ଥିବାରୁ ଯାତ୍ରୀ ହଇରାଣ

ସମ୍ବଲପୁର,: ସମ୍ବଲପୁରର ଅନ୍ୟତମ ପ୍ରମୁଖ ଛକ ଧନୁପାଲି ଛକ ଠାରେ ସରକାରୀ ବସ ରହଣି କରୁ ନ ଥିବାରୁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଏଭଳି ଏକ ଘଟଣାରେ ଶୁକ୍ରବାର କିଛି ମହିଳା ଓ ପୁରୁଷ ଯାତ୍ର ଅପରାହ୍ନ ପ୍ରାୟ ୫ଟା ସମୟରେ ସମ୍ବଲପୁରରୁ ଫୁଲବାଣୀ ଯିବାକୁ ଥିବା ବସରେ ଯିବା ପାଇଁ ଅପେକ୍ଷା କରିଥିଲେ। ଠିକ ସମୟରେ ବସକୁ ଧନୁପାଲି ଛକ ଠାରେ ଅଟକାଇବାକୁ ହାତ ଦେଖାଇଥିଲେ ସୁଦ୍ଧା ବସଟି ନ ଅଟକି ଚାଲି ଯାଇଥିଲା। ଏହି ଛକରୁ ପ୍ରତି ଦିନ ପ୍ରାୟ ୧୦ ରୁ ୧୫ ଜଣ ଯାତ୍ରୀଙ୍କୁ ନେଇ ବସ ତାର ଗନ୍ତବ୍ୟସ୍ଥଳକୁ ଯାଉଥିବା ବେଳେ ବସ ନ ରହିବାରୁ ମହିଳା ଯାତ୍ର ମନ୍ଦୋଦରୀ, ଚମ୍ପେଶ୍ୱରୀ, ସୁଗନୀ, ସୁଭାସିନୀ, ଭାନୁମତି, ପଦ୍ମିନୀ, ଗଙ୍ଗା ଙ୍କ ସମେତ ପୁରୁଷ ଯାତ୍ରୀ ମାନେ ଅସହାୟ ହୋଇ ପଡ଼ିଥିଲେ। ସେମାନେ ସମସ୍ତେ କୃଷି ଶ୍ରମିକ ହୋଇଥିବା ବେଳେ ପଲହା ଜଗାଇବା ପାଇଁ ଯାଇଥିଲେ। ସେମାନେ ନିଜ ଗାଁ ମୋଚିବାହାଲ ପାଖରେ ରାମ ବଡାଲ ଗ୍ରାମକୁ ଫେରିବାକୁ ବସକୁ ଅପେକ୍ଷା କରିଥିବା ବେଳେ ବସ ନ ରହିବାରୁ ସେମାନେ ରାତି ପର୍ଯ୍ୟନ୍ତ ଧନୁପାଲି ଛକରେ ଅସହାୟ ଅବସ୍ଥାରେ ଅପେକ୍ଷା କରି ରହିଥିଲେ। ସରକାରୀ ବସ କ୍ଷତିରେ ଚାଲୁଥିବାର କୁହାଯାଉଥିବା ବେଳେ ଏଭଳି ସରକାରୀ କର୍ମଚାରୀ ମାନଙ୍କର ବେପାରୁଆ ମନୋଭାବ ଯୋଗୁଁଁ ବସ ଖାଲି ଥାଇ ସୁଦ୍ଧା ଯାତ୍ରୀ ମାନେ ଯାଇ ପାରି ନ ଥିଲେ। ଏଣୁ ଏଭଳି ଘଟଣାର ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories