www.samajalive.in
Sunday, December 14, 2025
23.1 C
Bhubaneswar

ସଚଳ ହେବ ନିଷ୍କ୍ରିୟ କୋଠାବାଡି ଓ ନିର୍ମାଣ ଶ୍ରମିକ ପରିଚୟ ପତ୍ର

ସମ୍ବଲପୁର: ସମ୍ବଲପୁର ଜିଲାରେ ୬୦ ହଜାରରୁ ଊର୍ଦ୍ଧ୍ବ ପଞ୍ଜିକୃତ କୋଠାବାଡି ଓ ନିର୍ମାଣ ଶ୍ରମିକ ରହିଛନ୍ତି। ସରକାରୀ ପ୍ରାବଧାନ ଅନୁଯାୟୀ, ପ୍ରତି ବର୍ଷ ଏହି ଶ୍ରମିକ ମାନେ ସେମାନଙ୍କର ପରିଚୟ ପତ୍ର ନବୀକରଣ କରିବା ଜରୁରୀ ଅଟେ। କିନ୍ତୁ କରୋନା କାଳ ପରେ ଅନେକ କୋଠାବାଡି ଓ ନିର୍ମାଣ ଶ୍ରମିକ ମାନେ ସେମାନଙ୍କ ପରିଚୟ ପତ୍ର ଗୁଡିକୁ ନବୀକରଣ କରି ନ ଥିବାରୁ ସେ ଗୁଡିକ ନିଷ୍କ୍ରିୟ ହୋଇ ପଡ଼ିଛି ଏବଂ ସେମାନେ ସରକାରୀ ସୁବିଧା ପାଇ ପାରୁ ନାହାନ୍ତି। ଏଣୁ ଜିଲା ପ୍ରଶାସନ ଓ ଜିଲା ଶ୍ରମ କାର୍ଯ୍ୟାଳୟ ତରଫରୁ ମିଳିତ ପ୍ରୟାସରେ ସଚେତନତା ରଥ ଜିଲାର ସହରାଞ୍ଚଳରୁ ନେଇ ବିଭିନ୍ନ ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ବୁଲି ବୁଲି ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ସରକାରୀ ସହାୟତା ରାଶି, ସୁବିଧା, ପଞ୍ଜିକରଣ ନବୀକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛି। ଏହି ସଚେତନତା ଫେବୁଆରୀ ମାସତମାମ ଜାରି ରହିବ। ଏବେ ସରକାର ଶ୍ରମିକ ମାନଙ୍କର ପରିଚୟ ପତ୍ରକୁ ନବୀକରଣ ପାଇଁ ଆଭାଷୀ (ଅନଲାଇନ) ସୁବିଧା କରିଥିବା ବେଳେ ସେମାନଙ୍କୁ ଆଭାଷୀ ମାଧ୍ୟମରେ ପରିଚୟ ପତ୍ରକୁ ନବୀକରଣ ପାଇଁ ଆବେଦନ କରିବା ପରେ ନିଜର କାଗଜପତ୍ର ଧରି ଶ୍ରମ କାର୍ଯ୍ୟାଳୟକୁ ଆସି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories