www.samajalive.in
Sunday, December 14, 2025
26.1 C
Bhubaneswar

ଅମାନିଆ ହେଉଛନ୍ତି ବସ୍ ମାଲିକ: ଗୋଲେଇ ଛକରେ ବସ୍ ରହଣୀ, ନଜର ଦେଉନି ପ୍ରଶାସନ

ନୟାଗଡ଼: ନୟାଗଡ଼ ସହରର ମୁଖ୍ୟ ଛକ ଭାବେ ଗୋଲେଇ ଛକରେ ବୃଦ୍ଧି ପାଇଛି ବେଆଇନ ରହଣି। ଯାତ୍ରୀବାହୀ ବସ୍ ଗୁଡ଼ିକ ସେଠାରେ ରହଣୀ କରିବା ନେଇ ନିଷେଧ କରାଯାଇଥିଲେ ମଧ୍ୟ ଛକ ଉପରେ ଦୀର୍ଘ ସମୟ ଧରି ରହଣି କରି ଯାତ୍ରୀ ଉଠାଉଥ‌ିବା ଦୃଶ୍ୟ ଦେଖିବାକୁ ମିଳୁଛି। ବସ୍ ରହଣୀ କରିବା ଦ୍ଵାରା ମୁଖ୍ୟ ଛକ ଜାମ୍ ହେବା ସହ ବହୁ ସମୟରେ ଦୁର୍ଘଟଣା ଘଟୁଥିବା ମଧ୍ୟ ଅଭିଯୋଗ ହେଉଛି। ନୟାଗଡ଼ ସହରର ମୁଖ୍ୟ ଛକ ଭାବେ ପରିଚିତ ଗୋଲେଇ ଛକରେ ପୁର୍ବରୁ ପୁରାତନ ବସଷ୍ଟାଣ୍ଡ ରହିଥିଲା। ରାସ୍ତାଜାମ୍ ସମସ୍ୟା ବଢ଼ିବା କାରଣରୁ ପୁରାତନ ବସଷ୍ଟାଣ୍ଡକୁ ଭାଙ୍ଗି ତାହାକୁ ଗୋଲେଇ ଛକର ରୁପ ଦିଆଗଲା।

ସହରରେ ଏବେ ଦୁଇ ଚକିଆ ଗାଡ଼ି ରହଣୀ ସମସ୍ୟାର ସମାଧାନ ହୋଇପାରୁନଥିବା ବେଳେ ରାସ୍ତାକଡ଼ ସମେତ ଗୋଲେଇ ଛକରେ ଯାତ୍ରୀବାହୀ ବସ୍ ରହଣୀ ଏବେ ମୁଖ୍ୟ ସମସ୍ୟା ପାଲଟିଲାଣି। ସହରର କଲେଜ ରୋଡ ସମେତ, ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ, ଖଣ୍ଡପଡ଼ା ରୋଡ ଅଞ୍ଚଳରେ ବେଆଇନ ରହଣୀ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଗୋଲେଇ ଛକ ନିର୍ମାଣ ପରେ ସେଠାରେ ମଧ୍ୟ ବସ୍ ରହଣି ବୃଦ୍ଧି ପାଉଛି। ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅସ୍ଥାୟୀ ବସ୍ ରହଣୀ ହେଉଥିବା ବେଳେ ଦିନତମାମ ରାସ୍ତାଜାମ୍ ହେଉଛି।

- Advertisement -

ଉକ୍ତ ଛକ ଦେଇ କନ୍ଧମାଳ, ବୌଦ୍ଧ, ଗଞ୍ଜାମ ସମେତ ଅନ୍ୟାନ୍ୟ ଜିଲାକୁ ବସ୍ ସମେତ ଶତାଧିକ ଭାରୀଯାନ ଯିବା ଆସିବା କରୁଛି। ଗୋଲେଇ ଛକରେ ରାତି ୪ଟାରୁ ବସ୍ ରହଣି ଆରମ୍ଭ ହୋଇ ଦିନତମାମ ଏହି ସମସ୍ୟା ଦେଖ‌ିବାକୁ ମିଳୁଛି। ସେହି ସ୍ଥାନରେ ଭଞ୍ଜନଗର, ଫୁଲବାଣୀ, ବଲାଙ୍ଗୀର, ବୌଦ୍ଧ, ରାୟଗଡ଼ା ଭଳି ଅନେକ ଦୂରଦୁରାନ୍ତ ଅଞ୍ଚଳରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ବସ୍ ଗୁଡ଼ିକ ରହଣୀ କରୁଥିବା ଦେଖିବାକୁ ମିଳୁଛି। ଏଥିସହ ଖଣ୍ଡପଡ଼ା, ଦଶପଲ୍ଲା, କଣ୍ଟିଲୋ, ଗଣିଆ ପ୍ରମୁଖ ଅଞ୍ଚଳରୁ ଆସୁଥ‌ିବା ମିନିବସ୍‌ ଗୁଡ଼ିକ ମଧ୍ୟ ରହଣୀ କରୁଛନ୍ତି।

ଫଳରେ ରାସ୍ତାକାମ ସମସ୍ୟା ବୃଦ୍ଧି ପାଉଛି। ସେହିଭଳି ଖଣ୍ଡପଡ଼ା ରୋଡ ଏକ ଜନଗହଳିପୂର୍ଣ ରାସ୍ତା ହୋଇଥିବା ବେଳେ ସେହି ରାସ୍ତା ଖଣ୍ଡପଡ଼ା, ଗଣିଆ ଯିବା ପାଇଁ ମୁଖ୍ୟ ମାଧ୍ୟମ ପାଲଟିଛି । ତେବେ ଏହି ରାସ୍ତାରେ ମଧ୍ୟ ଯାତ୍ରୀବାହୀ ବସ୍ ଗୁଡ଼ିକର ଦୌରାତ୍ମ୍ୟ ଦେଖ‌ିବାକୁ ମିଳୁଛି। ଜିଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାର ଦୁଇ ପାର୍ଶ୍ଵରେ ବସ୍ ରହଣି ହେଉଛି। ଫଳରେ ରାସ୍ତାଜାମ୍ ହେବା ସହ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ପୌର ପରିଷଦ କଡ଼ା ପଦକ୍ଷେପ ନେବା ସହ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସହରବାସୀ ମତ ରଖୁଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories