www.samajalive.in
Sunday, December 14, 2025
26.1 C
Bhubaneswar

ଲକ୍ଷ୍ୟ ସ୍ଥିର ଥିଲେ ସଫଳତା ନିଶ୍ଚିତ

ଫୁଲବାଣୀ: ସ୍ଥାନୀୟ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ’ସମ୍ଭାବନା’ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ’ସମ୍ଭାବନା’ରେ କନ୍ଧମାଳ ଜିଲ୍ଲପାଳ ଅମୃତ ଋତୁରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ର-ଛାତ୍ରୀମାନଙ୍କୁ ଜଣେ ସାଧାରଣ ଛାତ୍ରର ଯଦି ଲକ୍ଷ୍ୟ ସ୍ଥିର ଥାଏ ତେବେ ସେ ଲକ୍ଷ୍ୟ ସ୍ଥଳରେ ନିଶ୍ଚିତ ପହଞ୍ଚି ପାରିବ ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ ଫୁଲବାଣୀ ତହସିଲଦାର ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଥିଲେ। ନାଟ୍ୟ ସଂସଦର ଉପ-ସଭାପତି ସହକାରୀ ପ୍ରଫେସର କ୍ଷୀର ସାଗର ରଣା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଦର୍ଶନ ଶାସ୍ତ୍ର ବିଭାଗର ମୁଖ୍ୟ ମୁରଲୀ ଧର ସେଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତି ଛାତ୍ର-ଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ରସାୟନ ବିଭାଗର ସହକାରୀ ପ୍ରଫେସର ଡ. ତନ୍ମୟ କୁମାର ମଞ୍ଚ ପରିଚାଳନା କରିଥିବା ବେଳେ ଇଂରାଜୀ ବିଭାଗର ସହକାରୀ ପ୍ରଫେସର ସୁଶ୍ରୀ ବନଜା ବାସିନୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ, କର୍ମଚାରୀ, ଛାତ୍ର-ଛାତ୍ରୀ ବାର୍ଷିକ ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories