www.samajalive.in
Sunday, December 14, 2025
26.1 C
Bhubaneswar

ସଚିନଙ୍କୁ ଟପିଲେ ରୋହିତ

କଟକ: ରବିବାର ବାରବାଟୀ ଷ୍ଟାଡିୟମ୍‌ରେ ଇଂଲଣ୍ଡ ବିପକ୍ଷ ୨ୟ ଦିନିକିଆରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୧୯ ରନ୍‌କରି ଦଳକୁ ଜିତାଇଥିଲେ। ଏହି ଇନିଂସ ବଳରେ ଭାରତୀୟ ଓପ୍‌ନର ଭାବେ ଆନ୍ତର୍ଜାତିକ କ୍ରିକେଟ୍‌ରେ ୨ୟ ସର୍ବାଧିକ ରନ୍‌ ରୋହିତ ସ୍କୋର୍‌ କରି ପାରିଛନ୍ତି।

ଏହି କ୍ରମରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ରୋହିତ ଅତିକ୍ରମ କରିଛନ୍ତି। ଓପ୍‌ନର ଭାବେ ସଚିନ ୩୪୬ଟି ଆନ୍ତର୍ଜାତିକ ମ୍ୟାଚ୍‌ରେ ୧୫,୩୩୫ ରନ୍‌ କରିଛନ୍ତି। ରୋହିତ ଓପ୍‌ନର ଭାବେ ୩୪୩ଟି ଆନ୍ତର୍ଜାତିକ ମ୍ୟାଚ୍‌ରୁ ୧୫,୪୦୪ ରନ୍‌ରେ ପହଞ୍ଚି ପାରିଛନ୍ତି। ୩୨୧ଟି ଆନ୍ତର୍ଜାତିକ ମ୍ୟାଚ୍‌ରେ ଇନିଂସ ଓପନ୍‌ କରି ବୀରେନ୍ଦ୍ର ସେହ୍ବାଗ ସର୍ବାଧିକ ୧୫,୭୫୮ ରନ୍‌ କରିଛନ୍ତି।

- Advertisement -

ରୋହିତ ଆଉ ୩୫୫ ରନ୍‌ କଲେ ସେହ୍ବାଗଙ୍କୁ ଅତିକ୍ରମ କରି ଭାରତୀୟ ଓପ୍‌ନର ଭାବେ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ରନ୍‌ ସ୍କୋରର୍‌ ହୋଇପାରିବେ। କଟକରେ ୧୧୯ ରନ୍‌ କରି ରାହୁଲ ଦ୍ରାବିଡ଼ଙ୍କ ୧୦,୮୮୯ ଦିନିିକିଆ ରନ୍‌କୁ ଅତିକ୍ରମ କରି ରୋହିତ ୧୦,୯୮୭ ରନ୍‌ରେ ପହଞ୍ଚିଛନ୍ତି। ପୁଣି ଦିନିକିଆରେ ରନ୍‌ର ପିଛାକରି ରୋହିତ ୫ମ ଶତକ ହାସଲ କରିଛନ୍ତି; ଯାହା ଭାରତୀୟ ଭାବେ ୨ୟ ସର୍ବାଧିକ।

ବିରାଟ କୋହଲି ଦିନିକିଆରେ ରନ୍‌ର ପିଛାକରିବା ବେଳେ ସର୍ବାଧିକ ୯ଟି ଶତକ ମାରିଛନ୍ତି। ପୁଣି ଦିନିକିଆରେ କ୍ରିସ୍‌ ଗେଲ୍‌ଙ୍କ ୩୩୧ଟି ଛକାକୁ ଅତିକ୍ରମ କରି ରୋହିତ ୩୩୮ଟି ଛକାମାରି ବିଶ୍ବରେ ୨ୟ ସ୍ଥାନରେ ଅଛନ୍ତି। ସାହିଦ୍ ଆଫ୍ରିଦି ୩୫୧ଟି ଛକାମାରି ପ୍ରଥମ ସ୍ଥାନରେ ରହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories