www.samajalive.in
Monday, December 8, 2025
17.1 C
Bhubaneswar

ରୋହିତଙ୍କ ଶତକ ପରେ ସାରା ଦେଶ ଆଶ୍ବସ୍ତ

କଟକ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୨ ରନ୍‌କରି ଆଉଟ୍‌ ହେବା ପରେ ସାମାଜିକ ଗଣମାଧ୍ୟମରେ ତାଙ୍କ ଅବସର ଦାବି ଜୋର ଧରିଥିଲା। ହେଲେ ରବିବାର ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମ୍‌ରେ ରୋହିତଙ୍କ ଚମତ୍କାର ବ୍ୟାଟ୍‌ ଚାଳନା ଭାରତୀୟ ଶିବିରରେ ଖୁସି ଆଣି ଦେଇଥିଲା। ରୋହିତ ୭୬ ବଲ୍‌ରୁ ଶତକ ପୂରଣ ପରେ ବ୍ୟାଟ୍‌ ଉଠାଇବା ସହ ସାରା ଦେଶ ଆଶ୍ବସ୍ତ ଅନୁଭବ କରିଥିଲା।

ବର୍ଡର-ଗାଭାସ୍କର ଟ୍ରଫିରେ ୫ଟି ଇନିଂସରୁ ମୋଟ ୩୧ ରନ୍‌ କରିବା ପରେ ରୋହିତ ସିଡ୍‌ନୀ ଟେଷ୍ଟରୁ ଓହରି ଯାଇଥିଲେ। ବାରବାଟୀ ମ୍ୟାଚ୍‌ରେ ରୋହିତ ବିଫଳ ହୋଇଥିଲେ; ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥାଆନ୍ତା। ହେଲେ ଚମ୍ପିଆନ୍‌ସ ଟ୍ରଫିର ୧୦ ଦିନ ପୂର୍ବରୁ ରୋହିତଙ୍କ ଶତକ ଭାରତୀୟ ଦଳର ମନୋବଳକୁ ବେଶ୍‌ ଦୃଢ଼ କରିଛି। କାରଣ ଚମ୍ପିଆନ୍‌ସ ଟ୍ରଫିରେ ଦଳ ସଫଳ ହେବା ପାଇଁ ରୋହିତ ରନ୍‌ କରିବା ଆବଶ୍ୟକ। କାରଣ ରୋହିତ ଦ୍ରୁତଗତିରେ ସ୍କୋର୍‌କରି ଆରମ୍ଭରୁ ପ୍ରତିପକ୍ଷ ବୋଲରଙ୍କୁ ଚାପରେ ପକାଇ ଥାଆନ୍ତି।

- Advertisement -

ରୋହିତ ଶର୍ମା ବ୍ୟାଟିଂ ଫର୍ମ ହରାଇବା ଅନେକଙ୍କୁ ଚକିତ କରିଥିଲା। ମାତ୍ର ୬ ମାସ ତଳେ ସେ ଭାରତର ସର୍ବଶ୍ରେଷ୍ଠ ଦିନିକିଆ ବ୍ୟାଟ୍‌ସମ୍ୟାନ ଥିଲେ। ଶ୍ରୀଲଙ୍କା ଗସ୍ତରେ ଅନ୍ୟ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ବିଫଳ ହୋଇଥିବା ବେଳେ ରୋହିତ ୫୬, ୫୪ ଓ ୩୫ ରନ୍‌ କରିଥିଲେ। ଅଷ୍ଟ୍ରେଲିଆରେ ତାଙ୍କ ବ୍ୟାଟିଂ ବିଫଳତା ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ମନୋନୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କୁ ଚିନ୍ତାରେ ପକାଇଥିଲା।

ନିୟମିତ ବିଫଳ ହେବା ଯୋଗୁଁ ରୋହିତ ମଧ୍ୟ ଚାପରେ ଥିଲେ। ପୁଣି ଓପ୍‌ନର ଭାବେ ରୋହିତଙ୍କ ସ୍ଥାନ ଦେବା ପାଇଁ ଯଶସ୍ବୀ ଜୟସୱାଲଙ୍କ ପରି ପ୍ରତିଭାବାନ ବ୍ୟାଟ୍‌ସମ୍ୟାନ ପ୍ରସ୍ତୁତ ଥିଲେ। ହେଲେ ତାଙ୍କ ଭବିଷ୍ୟତ ବିଷୟ​‌େ​‌ର ଗମ୍ଭୀର ଓ ଅଗରକର କିଛି ନିଷ୍ପତ୍ତି ନେବା ପୂର୍ବରୁ ରୋହିତ ଏକ ଚମତ୍କାର ଦିନିକିଆ ଇନିଂସ ଖେଳିଥିଲେ; ଯାହା ବିଶ୍ବର ଯେକୌଣସି ବ୍ୟାଟ୍‌ସମ୍ୟାନଙ୍କୁ ଗର୍ବିତ କରିବ। ଇଂଲଣ୍ଡ ୩୦୪ ରନ୍‌ କରିବା ବ୍ୟାଟିଂ ସହାୟକ ବାରବାଟୀ ପିଚ୍‌ରେ ଫର୍ମକୁ ଫେରିବା ଲାଗି ରୋହିତଙ୍କ ପାଖରେ ଶ୍ରେଷ୍ଠ ସୁଯୋଗ ଥିଲା। ପ୍ରଥମ କିଛି ଓଭର ସେ ଭଲ ବ୍ୟାଟିଂ କରି ପାରିନଥିଲେ। ହେଲେ ଯେବେଠାରୁ ରୋହିତ ଆକ୍ରମଣ କରିବାର ନିଷ୍ପତ୍ତି ନେଲେ; ତାଙ୍କୁ ରୋକିବା କଷ୍ଟକର ଥିଲା।

ତାଙ୍କ ବ୍ୟାଟ୍‌ରୁ ସମସ୍ତ ପ୍ରକାର ସଟ୍‌ ଦେଖିବାକୁ ମିଳିଥିଲା। ତାଙ୍କର ଆତ୍ମବିଶ୍ବାସ ଏପରି ଥିଲା ଯେ ଛକାମାରି ସେ ଶତକ ପୂରଣ କରିଥଲେ। ସାରା ଷ୍ଟାଡିୟମ୍‌ ଖୁସି‌େ‌ର ନାଚି ଉଠିଥିଲା। ପ୍ରଶଂସକମାନେ ତ୍ରିରଙ୍ଗା ଉଡ଼ାଇଥିଲେ। ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ମୀର ଛିଡ଼ା​ହୋଇ ତାଳି ମାରିଥିଲେ। ପୂରା ଡ୍ରେସିଂରୁମ୍ ଖୁସି ଥିଲା ଏବଂ ଭାରତୀୟ କ୍ରିକେଟ୍‌ପ୍ରେମୀ ଆଶ୍ବସ୍ତ ହୋଇଥିଲେ। ଚମ୍ପିଆନ୍‌ସ ଟ୍ରଫି ପୂର୍ବରୁ ଦଳର ଶ୍ରେଷ୍ଠ ଦିନିକିଆ ବ୍ୟାଟ୍‌ସମ୍ୟାନ ଫର୍ମକୁ ଫେରିଛନ୍ତି। ଭାରତ ୨ୟ ଥର ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିବାକୁ ଲକ୍ଷ୍ୟ ରଖିଥିବା ବେଳେ ରୋହିତ ଫର୍ମକୁ ଫେରିବା ପ୍ରତିପକ୍ଷ ଦଳକୁ ଚେତାବନୀ ଦେଇଛି ଯେ ତାଙ୍କଠାରେ ଆହୁରି ବହୁତ କ୍ରିକେଟ୍‌ ବାକିଅଛି। ଦୁବାଇରେ ରୋହିତଙ୍କ ପ୍ରହାରରୁ ସେମାନଙ୍କୁ ବଞ୍ଚିବାକୁ ପଡ଼ିବ। ରୋହିତ ଜଣେ ମ୍ୟାଚ୍‌ ବିଜେତା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories