www.samajalive.in
Monday, December 8, 2025
24.1 C
Bhubaneswar

ରୁଦ୍ରାକ୍ଷ ଧାରଣ କଲେ ଦୂର ହୁଏ ଗ୍ରହ, ବାସ୍ତୁ, ରୋଗ : ଜାଣନ୍ତୁ ଗ୍ରହ ଅନୁସାରେ କିଏ ପିନ୍ଧିବେ କେଉଁ ରୁଦ୍ରାକ୍ଷ..

ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ଖୁବ୍‌ ମହତ୍ତ୍ୱ ରହିଛି । ମାନ୍ୟତା ଅନୁଯାୟୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ମାନସିକ ଶାନ୍ତି, ବ୍ୟବସାୟ ଓ ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ । ଏକମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ । ଉତ୍ତମ ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ, ବାସ୍ତୁ ଓ ଗ୍ରହ ଦୋଷ ଦୂର ହୋଇଥାଏ । ରୁଦ୍ରାକ୍ଷ କେତେ ପ୍ରକାରର ଓ ଗ୍ରହ ଅନୁସାରେ କେଉଁ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍‌ ଜାଣନ୍ତୁ..
ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ବିଚାର କରିବାର ଶକ୍ତିରେ ପରିବର୍ତ୍ତନ ହୋଇଥାଏ । ସୂର୍ଯ୍ୟ ଗ୍ରହଙ୍କ ପାଇଁ ଏକ ମୁଖୀ, ୧୨ ମୁଖୀ ଓ ୨୧ ମୁଖୀ ରୁଦ୍ରାକ୍ଷ ଧାରଣ କରାଯାଏ । ଚନ୍ଦ୍ର ଗ୍ରହଙ୍କ ପାଇଁ ୨ମୁଖୀ ଓ ୨୦ ମୁଖୀ ରୁଦ୍ରାକ୍ଷ ଧାରଣ କରାଯାଏ ।
ଗୁରୁ ଗ୍ରହଙ୍କ ପାଇଁ ପାଞ୍ଚମୁଖୀ ଓ ୧୫ ମୁଖୀ, ରାହୁଙ୍କ ପାଇଁ ଆଠ ମୁଖୀ ଓ ୧୦ ମୁଖୀ, ସେହିପରି ଶୁକ୍ରଙ୍କ ପାଇଁ ୬ ମୁଖୀ, ୧୩ ମୁଖୀ ଓ ୨୧ ମୁଖୀ ଧାରଣ କରାଯାଏ । କେତୁଙ୍କ ପାଇଁ ୯ ଓ ୧୦ ମୁଖୀ, ଶନିଙ୍କ ପାଇଁ ୭ ମୁଖୀ, ୧୪ ଓ ୧୭ ମୁଖୀ ରୁଦ୍ରାକ୍ଷ ଧାରଣ କରାଯାଏ । ମଙ୍ଗଳଙ୍କ ପାଇଁ ୩ ମୁଖୀ, ୧୧ ଓ ୧୮ ମୁଖୀ ରୁଦ୍ରାକ୍ଷ ଧାରଣ କରାଯାଏ ।
ଜନ୍ମ ତିଥି ଅନୁସାରେ ଜ୍ୟୋତର୍ବିଦ୍‌ଙ୍କ ପରାମର୍ଶ ଅନୁସାରେ ରୁଦ୍ରାକ୍ଷ ଧାରଣ କରିବାକୁ ପରାମର୍ଶ ଦିଆଯାଏ । ମନ୍ତ୍ରରେ ବିଧିରେ ପୂଜା ପରେ ରୁଦ୍ରାକ୍ଷ ଧାରଣ କରାଯାଏ । ଦାମ୍‌ କହିବାକୁ ଗଲେ ୫୦ ଟଙ୍କାରୁ ଆରମ୍ଭ ହୋଇ ଏହା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ନିଜ ଇଚ୍ଛା ଅନୁଯାୟୀ ଦାମ୍‌ରେ ଏହାକୁ କିଣି ପାରିବେ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories