www.samajalive.in
Sunday, December 14, 2025
23.1 C
Bhubaneswar

ବାଂଲାଦେଶରେ ଆୱାମୀ ଲିଗ୍ ନେତାଙ୍କ ଘରେ ଭଙ୍ଗାରୁଜା, ୪୦ ଗିରଫ

ଡେସ୍କ: ବାଂଲାଦେଶରେ ଢାକା ଉପକଣ୍ଠରେ ଥିବା ଆୱାମୀ ଲିଗ୍ ନେତାଙ୍କ ଘରେ ଭଙ୍ଗାରୁଜା ବେଳେ ଛାତ୍ର କର୍ମୀଙ୍କ ଉପରେ ହିଂସାତ୍ମକ ଆକ୍ରମଣ ପରେ ୪୦ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ରାତିରେ ଗାଜିପୁର ଜିଲ୍ଲାରେ ଛାତ୍ର ଓ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଶନିବାର ‘ଅପରେସନ୍ ଡେଭିଲ୍ ହଣ୍ଟ୍’ ନିର୍ଦ୍ଦେଶ ଦେଇଛନ୍ତି। ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ବାଂଲାଦେଶ ରିପୋର୍ଟ ଅନୁଯାୟୀ, ଗାଜିପୁରର ପୁଲିସ ଅଧୀକ୍ଷକ ଚୌଧୁରୀ ଜାବେର ସାଦେକ୍ କହିଛନ୍ତି ଯେ ୪୦ ଜଣଙ୍କୁ ଅଟକ ରଖାଯାଇଛି।

ଶୁକ୍ରବାର ରାତିରେ ଗାଜିପୁର ସହରର ଦକ୍ଷିଣଖାନ ଅଞ୍ଚଳରେ ନିର୍ବାସିତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ପାର୍ଟିର ସମସ୍ତ ଚିହ୍ନ ଭଙ୍ଗାରୁଜା ଓ ନଷ୍ଟ କରିବାକୁ ଯାଇଥିବା ଭିଡ଼ର ୧୪ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ସଙ୍ଗେ ସଙ୍ଗେ ସହିଦ ତାଜୁଦ୍ଦିନ ଅହମ୍ମଦ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ନିଆଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଢାକା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

- Advertisement -

ଏହାର ପ୍ରତିବାଦରେ ଭେଦଭାବ ବିରୋଧୀ ଛାତ୍ର ଆନ୍ଦୋଳନ ଓ ଜାତୀୟ ନାଗରିକ ସମିତି ପକ୍ଷରୁ ଗାଜିପୁରରେ ଦିନିକିଆ ବିକ୍ଷୋଭ ଓ ଶୋଭାଯାତ୍ରା କରାଯାଇଥିଲା। ବିକ୍ଷୋଭ ପରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଡେପୁଟି କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଛାତ୍ର ଆହତ ହୋଇଥିଲେ।

ପ୍ରେସ୍ ସଚିବ ଶଫିକୁଲ ଆଲାମ୍ ରବିବାର ଗଣମାଧ୍ୟମକୁ କହିଛନ୍ତି ଯେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସ୍ଥାପିତ ଏକ କମାଣ୍ଡ ସେଣ୍ଟର ଆଜି ସନ୍ଧ୍ୟାରୁ କାର୍ଯ୍ୟ ଆରମ୍ଭ କରିଛି। ଅନ୍ୟପକ୍ଷରେ ଗୃହ ବ୍ୟାପାର ପରାମର୍ଶଦାତା ମହମ୍ମଦ ଜାହାଙ୍ଗୀର ଆଲମ ଚୌଧୁରୀ କହିଛନ୍ତି ଯେ ଅପରେସନ ଡେଭିଲ ହଣ୍ଟ ଦେଶକୁ ଅସ୍ଥିର କରିବାକୁ ଚାହୁଁଥିବା ଲୋକଙ୍କୁ ଟାର୍ଗେଟ କରିବ ଏବଂ ‘ଶୈତାନ’ମାନଙ୍କୁ ଦଣ୍ଡ ନ ମିଳିବା ପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିବ। ବାଂଲାଦେଶ ସେନା, ବାୟୁସେନା ଏବଂ ନୌସେନା ସହ ପୁଲିସ, ବର୍ଡର ଗାର୍ଡ ବାଂଲାଦେଶ, ଅନସାର ଏବଂ ତଟରକ୍ଷୀ ବାହିନୀର ସଦସ୍ୟମାନେ ମିଳିତ ଭାବେ ଏହି ଅପରେସନ ଚଳାଇଛନ୍ତି।

ସୂଚନାଯୋଗ୍ୟ, ହସିନାଙ୍କ ଲାଇଭ୍ ଅନଲାଇନ୍ ଅଭିଭାଷଣକୁ ନେଇ ବୁଧବାର ରାତିରେ ସାରା ଦେଶରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସମର୍ଥକଙ୍କୁ ଟାର୍ଗେଟ କରିବା ସହ ଢାକା ଓ ଅନ୍ୟାନ୍ୟ ସହରରେ ଗଣ୍ଡଗୋଳ କରିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories