www.samajalive.in
Saturday, December 6, 2025
19.1 C
Bhubaneswar

ରୋହିତଙ୍କ ବିସ୍ଫୋରକ ଶତକ, ଛକା ଓ ଚୌକା ବର୍ଷାରେ ଦର୍ଶକ ଉତଫୁଲିତ

ସମାଜ ଡିଜିଟାଲ ଡେସ୍କ: ବାରବାଟୀରେ ଦେଖିବାକୁ ମିଳିଛି ଛକା ଓ ଚୌକା ବର୍ଷା। ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ଦର୍ଶକଙ୍କ ମନ ଜିଣିଛି। ରୋହିତଙ୍କ ବିସ୍ଫୋରକ ଇନିଂସରେ ଉତଫୁଲିତ ହୋଇଛନ୍ତି କ୍ରିକେଟପ୍ରେମୀ। ୭୬ ବଲରୁ ଶତକ ହାସଲ କରି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ରୋହିତ। ଫଳରେ ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୦୫ ରନର ଟାର୍ଗେଟକୁ ପିଛା କରି ବ୍ୟାଟିଂ ଜାରି ରଖିଥିବା ଟିମ ଇଣ୍ଡିଆ ୨୭ ଓଭର ଶେଷ ସୁଦ୍ଧା ୨ ଉଇକେଟ ବିନିମୟରେ ସଂଗ୍ରହ କରିଛି ୨୦୦ ରନ୍‌।

ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ବେନ ଡକେଟ ଏବଂ ଜୋ ରୁଟ୍‌ଙ୍କ ଅର୍ଦ୍ଧଶତକ ବଳରେ ୩୦୪ ରନର ବିଶାଳ ସ୍କୋର ଛିଡ଼ା କରିଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩ ଉଇକେଟ ଅକ୍ତିଆର କରିଥିବାବେଳେ ମହମ୍ମଦ ସାମି, ହର୍ଶିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଇଂଲଣ୍ଡର ୩ ଜଣ ଖେଳାଳି ରନ ଆଉଟ୍‌ ହୋଇଥିଲେ।

- Advertisement -

୩୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରୋହିତବାହିନୀ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲ ପ୍ରଥମ ଉଇକେଟରେ ୧୩୬ ରନର ଭାଗିଦାରି କରିଥିଲେ। ଗିଲ୍‌ ପ୍ରଥମ ଖେଳାଳି ଭାବେ ଇଂଲଣ୍ଡ ବୋଲରଙ୍କ ଶିକାର ହୋଇଥିଲେ। ପରେ ବିରାଟ କୋହଲି ପଡ଼ିଆକୁ ଆସିଥିଲେ। ହେଲେ ସେ ବେଶୀ ସମୟ ତିଷ୍ଠି ପାରି ନ ଥିଲେ। ମାତ୍ର ୫ ରନ କରି ବିରାଟ ଆଉଟ ହେବା ପରେ ଦର୍ଶକ ନିରାଶ ହୋଇଯାଇଥିଲେ। ହେଲେ ରୋହିତ ଛକା, ଚୌକା ବର୍ଷା କରି ଦର୍ଶକଙ୍କ ମନୋରଞ୍ଜନ କରାଇଥିଲେ। ରୋହିତଙ୍କ ୧୨୦ ରନର ବ୍ୟକ୍ତିଗତ ଇନିଂସରେ ୧୨ଟି ଚୌକା ଏବଂ ୭ଟି ଛକା ସାମିଲ ଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories