www.samajalive.in
Sunday, December 14, 2025
15.1 C
Bhubaneswar

ଆଦିବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ସୂର୍ଯ୍ୟମୁଖୀ ଚାଷ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଳକର ଭଟାଙ୍ଗପଦର ଗାଁ। ଜିଲ୍ଲା ମୁଖ୍ୟାଳୟ ଭବାନୀ ପାଟଣାର ଅନତି ଦୂରରେ ଥିବା ଏହି ଗାଁ ଦିନେ ଦାରିଦ୍ର‌୍ୟ ଓ ଦାଦନ ପାଇଁ ଥିଲା ଢେର ଚର୍ଚ୍ଚାରେ। ଏବେ କିନ୍ତୁ ଏହି ଗାଁ ଭିନ୍ନ କାରଣ ଯୋଗୁଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କିଛି ବର୍ଷ ପୂର୍ବରୁ ବିଭିନ୍ନ ସରକାରୀ ଯୋଜନାରୁ ଅପହଞ୍ଚ ଥିବା ଭଟାଙ୍ଗପଦର ଗାଁ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସାମିଲ ହେବା ପରେ ଅନେକ ଉନ୍ନୟନ କାର୍ଯ୍ୟ ସାଧିତ ହୋଇପାରିଛି। ବନବିଭାଗ ଓ ପର୍ଯ୍ୟଟନ ବିଭାଗ ତରଫରୁ ରାବଣଦୋରୋ ଜଳପ୍ରପାତର ଉନ୍ନୟନ, ଅତିଥି ନିବାସ ଆଦି ସ୍ଥାପନ କରାଯାଇଥିବା ବେଳେ ଲାଞ୍ଜିଗଡ ବ୍ଲକ ଓ ସଦର ବ୍ଲକର ସୀମାନ୍ତରେ ଥିବା ଭଟାଙ୍ଗପଦର ଡ୍ୟାମ ଦ୍ୱାରା ଲକ୍ଷ୍ମୀପୁର, ଶ୍ରୀପୁର ଓ ମେଦିନୀପୁର ପଞ୍ଚାୟତର ଜଳସେଚନ ସହିତ ଭବାନୀପାଟଣା ସହରର ଜୀବନରେଖା କୁହାଯାଉଥିବା ପିପଲନାଳର ମଧ୍ୟ ଏହା ମୁଖ୍ୟ ଜଳଉତ୍ସ ଅଟେ। ତେବେ ଏତେ ସବୁ ଭିତରେ ଗାଁ ଲୋକଙ୍କ ଜୀବିକା ଅର୍ଜନ ଓ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣି ପାରିଛି ତୈଳବୀଜ ଫସଲ ସୂର୍ଯ୍ୟମୁଖୀ ଚାଷ। ଗାଁର ୨୦ରୁ ଅଧିକ ଆଦିବାସୀ ପରିବାର ଏବେ ସୂର୍ଯ୍ୟମୁଖୀ ଚାଷକୁ ନିଜର ଜୀବିକା ଭାବେ ଗ୍ରହଣ କରି ବେଶ ଦୁଇ ପଇସା ଉପାର୍ଜନ କରି ପାରୁଛନ୍ତି। ଯାହାକି ସେମାନଙ୍କ ପରିବାରର ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିଛି। ପିପଲନାଳର ଉଭୟ ପାର୍ଶ୍ୱରେ ପ୍ରାୟ ୨୦ ଏକର ଜମିରେ ଗାଁ ଲୋକେ କରିଛନ୍ତି ସୂର୍ଯ୍ୟମୁଖୀ ଚାଷ। ଦିନେ ପର ଜମିରେ ମୂଲ ଖଟିବା ସହିତ ଦାଦନ ବ୍ୟତୀତ ଆଉ କିଛି ଉପାୟ ଖୋଜି ପାଉନଥିବା ଗାଁ ଲୋକେ ଏବେ ଏକର ପିଛା ପାଞ୍ଚ କ୍ୱିଣ୍ଟାଲ ପର୍ଯ୍ୟନ୍ତ ସୂର୍ଯ୍ୟମୁଖୀ ଅମଳ କରୁଛନ୍ତି। ଏଥିରୁ ନିଜର ବର୍ଷକର ଖାଇବା ତେଲର ଚାହିଦା ମେଣ୍ଟାଇବା ସହିତ ବଜାରରେ ବିକି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ସେମାନେ। ଏପରିକି ବିନା ସରକାରୀ ପ୍ରୋତ୍ସାହନରେ ସେମାନେ ଚାଷ କରୁଥିବା ବେଳେ ବିହନ, ସାର ଓ କୀଟନାଶକ କିଣିବାରେ ସକ୍ଷମ ହୁଅନ୍ତି ନାହିଁ। କିନ୍ତୁ ଉର୍ବର ମାଟି ଓ ସେମାନଙ୍କ ରୀତିମତ ଖଟଣି ଯୋଗୁଁ ଭଲ ମଞ୍ଜି ସହିତ ଉତ୍ପାଦନ ଭଲ ହେଉଛି। ଯାହା ଫଳରେ ଭଟାଙ୍ଗପଦର ଗାଁର ସୂର୍ଯ୍ୟମୁଖୀ ବିହନ ଓ ଏଠାକାର ସୂର୍ଯ୍ୟମୁଖୀ ତେଲର ଚାହିଦା କେବଳ କଳାହାଣ୍ଡି ନୁହେଁ, କଳାହାଣ୍ଡି ବାହାରେ ମଧ୍ୟ ରହିଛି। ତେବେ ସରକାରୀ ପ୍ରୋତ୍ସାହନ ସହିତ ବିହନ, ସାର, କୀଟନାଶକ ଯୋଗାଇ ଦେଲେ ଏଠାକାର ଚାଷ ଓ ଚାଷୀ ଉପକୃତ ହେବେ। ସେହିପରି ଭଟାଙ୍ଗପଦର ଗାଁର ଚାଷୀଙ୍କୁ ଉପଯୁକ୍ତ ତାଲିମ, ଗାଁରେ ଏକ ସୂର୍ଯ୍ୟମୁଖୀ ତେଲ ୟୁନିଟ ସ୍ଥାପନ ସହିତ ବଜାର ବ୍ୟବସ୍ଥା ପାଇଁ ପଦକ୍ଷେପ ନେଲେ ସୂର୍ଯ୍ୟମୁଖୀ ଚାଷରେ ଗାଁ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏନେଇ ଭଟାଙ୍ଗପଦର କୃଷି ଅଧିଦର୍ଶକ ଗାୟତ୍ରୀ ପାଳଙ୍କ ମତାମତ ନେବାରୁ ଚାଷୀମାନେ ସୂର୍ଯ୍ୟମୁଖୀ ଭଳି ଲାଭଜନକ ଚାଷକୁ ପ୍ରାଥମିକତା ଦେଇ ଚାଷ କରୁଛନ୍ତି ତେବେ କୃଷି ବିଭାଗ ତରଫରୁ ସେମାନଙ୍କୁ ଚାଷ ପାଇଁ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଯୋଗାଇଦେବାକୁ ପଦକ୍ଷେପ ନେବୁ ବୋଲି କହିଛନ୍ତି।

ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଗୁରୁତର

ମହାଶିବରାତ୍ରୀରେ ଶନି-ବୁଧ ଚଳନ: ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ, ହେବେ ମାଲାମାଲ୍‌, ମିଳିବ ଚାକିରି

- Advertisement -

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories