www.samajalive.in
Friday, December 12, 2025
14.1 C
Bhubaneswar

ମହାକୁମ୍ଭ ମେଳା – ୪୦ କୋଟି ଟପିଲା ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ

ଡେସ୍କ: ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ରେ ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୪୨ ଲକ୍ଷ ଟପିଥିବା ବେଳେ ମହାକୁମ୍ଭ ୨୦୨୫ରେ ଶୁକ୍ରବାର ସୁଦ୍ଧା ସମୁଦାୟ ସଂଖ୍ୟା ୪୦ କୋଟି ଟପିଛି। ମହାକୁମ୍ଭ ଆଉ ୧୯ ଦିନ ବାକି ଥିବା ବେଳେ ଏହା ୫୦ କୋଟି ଟପିପାରେ ବୋଲି ଅନୁମାନ କରାଯାଉଛି। ପବିତ୍ର ତ୍ରିବେଣୀରେ ସ୍ନାନ କରିବା ପାଇଁ ସାରା ଭାରତ ଓ ବିଶ୍ୱରୁ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି।

ଏଥିରେ ୧୦ ନିୟୁତ କଳ୍ପବାସୀଙ୍କ ସହ ବିଶ୍ୱର ଶ୍ରଦ୍ଧାଳୁ ଓ ସାଧୁ ମାନେ ମଧ୍ୟ ସାମିଲ ଅଛନ୍ତି। ମୌନି ଅମାବାସ୍ୟାରେ ସର୍ବାଧିକ ୮ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଥିବା ବେଳେ ମକର ସଂକ୍ରାନ୍ତିରେ ସାଢ଼େ ୩ କୋଟି ଶ୍ରଦ୍ଧାଳୁ ସ୍ନାନ କରିଥିଲେ। ଜାନୁଆରୀ ୩୦ ଓ ଫେବ୍ରୁଆରି ପହିଲାରେ ୨ କୋଟିରୁ ଅଧିକ ଲୋକ ଦର୍ଶନ କରିଥିବା ବେଳେ ପୌଷ ପୂର୍ଣ୍ଣିମାରେ ୧.୭ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଥିଲେ। ଏହାବ୍ୟତୀତ ବସନ୍ତ ପଞ୍ଚମୀରେ ଅଢ଼େଇ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀରେ ସ୍ନାନ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories