www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରମ୍ପଙ୍କୁ ଚେତାବନୀ ଦେଲା ଇରାନ

ସମାଜ ଡିଜିଟାଲ ଡେସ୍କ: ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲାହ ଅଲି ଖାମେନେଇ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି। ଯଦି ଆମେରିକା ଦେଇଥିବା ଧମକକୁ କାର୍ଯ୍ୟକାରୀ କରେ ତେବେ ଇରାନ ବି ତାକୁ ଜବାବ ଦେବା। ଖାମେନେଇ କହିଛନ୍ତି, ଯଦି ଆମେରିକା ଆମ ଦେଶର ସୁରକ୍ଷାରେ ବାଧା ସୃଷ୍ଟି କରେ, ତେବେ ଆମେ ଆମେରିକା ସୁରକ୍ଷାରେ ବାଧା ସୃଷ୍ଟି କରିବୁ। ଟ୍ରମ୍ପଙ୍କ ସହିତ ଆଲୋଚନା ପ୍ରସ୍ତାବ ଉପରେ ଖାମେନେଇ କହିଛନ୍ତି, ଆମେରିକା ସହିତ ଆଲୋଚନା କରିବା ନା କୌଣସି ଜ୍ଞାନୀ ଲୋକର କାମ, ନା ବୁଦ୍ଧିମାନର କାମ, ନା କୌଣସି ସମ୍ମାନଜନକ କାର୍ଯ୍ୟ। ସୂଚନା ଅନୁସାରେ, ଟ୍ରମ୍ପ ଗାଜାପଟିକୁ କବଜା କରିବା ଏବଂ ଏଠାକାର ଲୋକଙ୍କୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା ପ୍ରସ୍ତାବ ଉପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। ଏହି ସମୟରେ ସେ ଇରାନକୁ ଧମକ ଦେଇ କହିଥିଲେ ଯେ, ମୁଁ ଆଗରୁ ଆଦେଶ ଦେଇସାରିଛି। ଯଦି ମୋର କିଛି କ୍ଷତି ହୁଏ,​ ତେବେ ଇରାନର ଚିହ୍ନବର୍ଣ୍ଣ ରହିବ ନାହିଁ। ଟ୍ରମ୍ପଙ୍କ ଏହି ଧମକ ପରେ ଇରାନ ନିଜର ଜବାବ ରଖିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories