www.samajalive.in
Thursday, December 11, 2025
23.1 C
Bhubaneswar

ଟ୍ରମ୍ପଙ୍କୁ ଚେତାବନୀ ଦେଲା ଇରାନ

ସମାଜ ଡିଜିଟାଲ ଡେସ୍କ: ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲାହ ଅଲି ଖାମେନେଇ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି। ଯଦି ଆମେରିକା ଦେଇଥିବା ଧମକକୁ କାର୍ଯ୍ୟକାରୀ କରେ ତେବେ ଇରାନ ବି ତାକୁ ଜବାବ ଦେବା। ଖାମେନେଇ କହିଛନ୍ତି, ଯଦି ଆମେରିକା ଆମ ଦେଶର ସୁରକ୍ଷାରେ ବାଧା ସୃଷ୍ଟି କରେ, ତେବେ ଆମେ ଆମେରିକା ସୁରକ୍ଷାରେ ବାଧା ସୃଷ୍ଟି କରିବୁ। ଟ୍ରମ୍ପଙ୍କ ସହିତ ଆଲୋଚନା ପ୍ରସ୍ତାବ ଉପରେ ଖାମେନେଇ କହିଛନ୍ତି, ଆମେରିକା ସହିତ ଆଲୋଚନା କରିବା ନା କୌଣସି ଜ୍ଞାନୀ ଲୋକର କାମ, ନା ବୁଦ୍ଧିମାନର କାମ, ନା କୌଣସି ସମ୍ମାନଜନକ କାର୍ଯ୍ୟ। ସୂଚନା ଅନୁସାରେ, ଟ୍ରମ୍ପ ଗାଜାପଟିକୁ କବଜା କରିବା ଏବଂ ଏଠାକାର ଲୋକଙ୍କୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା ପ୍ରସ୍ତାବ ଉପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। ଏହି ସମୟରେ ସେ ଇରାନକୁ ଧମକ ଦେଇ କହିଥିଲେ ଯେ, ମୁଁ ଆଗରୁ ଆଦେଶ ଦେଇସାରିଛି। ଯଦି ମୋର କିଛି କ୍ଷତି ହୁଏ,​ ତେବେ ଇରାନର ଚିହ୍ନବର୍ଣ୍ଣ ରହିବ ନାହିଁ। ଟ୍ରମ୍ପଙ୍କ ଏହି ଧମକ ପରେ ଇରାନ ନିଜର ଜବାବ ରଖିଛି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories