www.samajalive.in
Thursday, December 11, 2025
18.1 C
Bhubaneswar

କନ୍ଧମାଳ ଜିଲାରେ ଫାଇଲେରିଆ ନିରାକରଣ ଅଭିଯାନ, ୧୨ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୧୭୧ ଉପକେନ୍ଦ୍ର ସାମିଲ

ଫୁଲବାଣୀ:କନ୍ଧମାଳ ଜିଲାରେ ଆସନ୍ତା ୧୦ ରୁ ୧୯ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ।  ଏଥିରେ ଜିଲାର ମୋଟ ୧୨ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୧୭୧ଟି ଉପକେନ୍ଦ୍ର ସାମିଲ ହେବେ। ଏହାକୁ ସୁବ୍ୟବସ୍ଥିତ କରିବା ପାଇଁ ୪୦୫ ଜଣ ସୁପରଭାଇଜର, ୩ହଜାର ୩୭୭ଜଣ ଡ୍ରଗ୍ ଆଡମିନିଷ୍ଟ୍ରେଟର କାର୍ଯ୍ୟ କରିବେ। ୩ଟି ସହରାଞ୍ଚଳ ଓ ୪ହଜାର୧୭ ଗୋଟି ଗ୍ରାମର ୮ ଲକ୍ଷ ୧ ହଜାର ୪୭୪ ଲୋକଙ୍କୁ ଫାଇଲେରିଆ ନିରାକରଣ ଔଷଧ ସେବନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୧ ଲକ୍ଷ ୯ ହଜାର ୧୪୩ ଟି ଡିଇସି ଏବଂ ୮ ଲକ୍ଷ ୪୩ ହଜାର ୬୫୭ଟି ଆଲବେଣ୍ଡାଜଲ୍ ବଟିକା ବ୍ୟବସ୍ଥା କରାଯାଇଛି।

ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ଆଶାକର୍ମୀ କିମ୍ବା ତାଲିମ୍ ପ୍ରାପ୍ତ ସ୍ୱେଚ୍ଛାସେବୀମାନେ ଘରକୁ ଘର, ସ୍କୁଲ, କଲେଜ ଓ ଅନ୍ୟ ଅନୁଷ୍ଠାନମାନଙ୍କୁ ଯାଇ ସମସ୍ତ ସଦସ୍ୟଙ୍କୁ ବୟସ ଅନୁସାରେ ଫାଇଲେରିଆ ବଟିକା ଖୁଆଇବେ। ୨ବର୍ଷରୁ ଅଧିକ ସମସ୍ତ ଯୋଗ୍ୟ ବ୍ୟକ୍ତି କେବଳ ଗର୍ଭବତୀ ମହିଳା, ୨ବର୍ଷରୁ କମ୍ ଶିଶୁ ଓ ଗୁରୁତର ଅସୁସ୍ଥ ରୋଗୀଙ୍କ ବ୍ୟତିତ ଖାଦ୍ୟ ଖାଇସାରିବା ପରେ ଡିଇସିଓ ଆଲବେଣ୍ଡାଜଲ୍ ବଟିକା ସେବନ କରିବେ। ଖାଲି ପେଟରେ ଏହି ଔଷଧ ଖାଇବେ ନାହିଁ। ଏହି ସାର୍ବଜନୀନ ଔଷଧ ସେବନ ପାଇଁ ୧୪ଗୋଟ ମନିଟରିଂ ଟିମ୍, ପିସିଆଇ. ଏବଂ ଡବ୍ଲ୍ୟୁଏଚ୍ଓ ଟିମକୁ ସାମିଲ୍ କରାଯାଇଛି।

- Advertisement -

୫ ବର୍ଷ ପର୍ଯ୍ୟନ୍ତ ଯଦି ଗୋଟିଏ ଗୋଷ୍ଠୀରେ ଶତକଡ଼ା ୮୫ ଭାଗରୁ ଅଧିକ ଲୋକ ବର୍ଷକୁ ଥରେ ଫାଇଲେରିଆ ନିରାକରଣ ପାଇଁ ଦିଆଯାଉଥିବା ଔଷଧ ସେବନ କରନ୍ତି ତେବେ ଗୋଷ୍ଠୀରୁ ଫାଇଲେରିଆ ନିରାକରଣ ହୋଇପାରିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲା ସ୍ୱାସ୍ଥ୍ୟ ସମିତି ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ  ଡା.ଅରବିନ୍ଦ ଦାସ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମ ଜିଲାରେ ୨୦୨୦-୨୧ ଠାରୁ ଆରମ୍ଭ ହୋଇଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭେକ୍ଟର ବାହିତ ରୋଗ ପରାମର୍ଶଦାତା କୁମୁଦ ଚନ୍ଦ୍ର ସାହୁ , ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. କଲ୍ୟାଣୀ ମିଶ୍ର, ଜିଲା ପ୍ରୋଗ୍ରାମ୍ ମ୍ୟାନେଜର୍ ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories