www.samajalive.in
Thursday, December 11, 2025
18.1 C
Bhubaneswar

ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ: ପ୍ରକଳ୍ପସ୍ତରୀୟ କମିଟି ବୈଠକ ତୁରନ୍ତ ଆୟୋଜନ କରିବାକୁ ନିର୍ଦ୍ଦେଶ

ମାଲକାନଗିରି: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ବିଧାୟକ ମନୋହର ରନ୍ଧାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟିରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୂପ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ପ୍ରମୁଖ ଉପସ୍ଥିତ ରହି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ଶ୍ରମ, କର୍ମ ନିଯୁକ୍ତି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବିଭିନ୍ନ ନିଗମ ସମେତ ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକର ସମୀକ୍ଷା କରିଥିଲେ। ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ଥିବା ବିଦ୍ୟାଳୟଗୁଡିକରେ ଖାଦ୍ୟର ମାନ ବୃଦ୍ଧି, ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବା ସହ ସବୁ ଛାତ୍ରୀ ନିବାସରେ ସିସି କ୍ୟାମେରା ଲଗାଇବାକୁ କମିଟି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶିକ୍ଷକ ମାନଙ୍କ ଉପସ୍ଥାନ ବାୟୋ ମେଟ୍ରିକ ପଦ୍ଧତିରେ ନିଆଯିବାକୁ ବାଧ୍ୟତା କରାଯିବା ସହ ସୁରକ୍ଷା ଦୃଷ୍ଟି କୋଣରୁ ଛାତ୍ରୀ ନିବାସ ପାଚେରୀ ଉଚ୍ଚତା କରିବା ଉପରେ କମିଟି ଗୁରୁତ୍ବ ଦେଇଛି। ସେହିପରି ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ଅନୁଯାୟୀ ଖଟ ଯୋଗାଇ ଦେବା, ଶୈଖିକ ପରିବେଶ ସୃଷ୍ଟି କରିବା ପ୍ରତି ମଧ୍ୟ ବିଭାଗୀୟ ଅଧିକାରୀ ଗୁରୁତ୍ବ ଦେବାକୁ କମିଟି ନିର୍ଦେଶ ଦେଇଛନ୍ତି।

ଅନ୍ୟ ପକ୍ଷରେ ଜିଲ୍ଲାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରି ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ବ ଦିଆଯାଇଥିବାବେଳେ ନିଗମଗୁଡ଼ିକର କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ମାଧ୍ୟମରେ ବିଡ୍ ୱର୍କ କରୁଥିବା ବଣ୍ଡା ମହିଳାଙ୍କୁ ଅନ୍ତତଃ ସେଥିରେ ନିୟୋଜିତ ଥିବା ୩୦ ଜଣ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ଅଧ୍ୟକ୍ଷ ଶ୍ରୀ ରନ୍ଧାରି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବଣ୍ଡା ଘାଟିର ସମସ୍ତ ଗ୍ରାମରେ ନଳକୂପ କିମ୍ବା କୂପ ଖନନ କରି ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ଅନେକ ବର୍ଷ ହେବ ପ୍ରକଳ୍ପସ୍ତରୀୟ କମିଟି ବୈଠକ କରାଯାଇ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ସଦସ୍ୟମାନଙ୍କୁ ନେଇ ତୁରନ୍ତ ବୈଠକ ଅୟୋଜନ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗମାନଙ୍କରେ ଅର୍ଥ ପଡ଼ି ରହିଛି, ଠିକ୍ ସମୟରେ ଖର୍ଚ୍ଚ ହୋଇ ପାରି ନ ଥିବାରୁ କମିଟି କ୍ଷୋଭ ପ୍ରକାଶ କରି ଚଳିତ ଆର୍ଥିକ ବର୍ଷର ଶେଷସୁଦ୍ଧା ସମସ୍ତ ଅନୁଦାନ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବାହ୍ନରେ କମିଟି ମୁଦୁଲିପଡ଼ା ଗସ୍ତ କରି ବଣ୍ଡା ମହିଳାଙ୍କ ବିଡ୍ ୱର୍କ୍ ଦେଖି ଖୁସି ବ୍ୟକ୍ତ କରିଛନ୍ତି।

- Advertisement -

ସେହିପରି ସୀତାକୁଣ୍ଡ ଗସ୍ତ କରି ଏହାର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ କମିଟି ସମୀକ୍ଷା କରିଛନ୍ତି। କମିଟିର ନିର୍ଦ୍ଦେଶକ୍ରମେ ସମସ୍ତ କାର୍ଯ୍ୟ ଯେପରି ଠିକ ସମୟରେ କରାଯାଇ ପାରିବ ସେଥିପ୍ରତି ସେ ଗୁରୁତ୍ବ ଦେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବେ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସୂଚନା ଦେଇଛନ୍ତି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପଜିଲ୍ଲାପାଳ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଦୁର୍ଯ୍ୟଧନ ଭୋଇଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories