www.samajalive.in
Monday, December 8, 2025
27.1 C
Bhubaneswar

ମା’କୁ ଅଶାଳୀନ ବ୍ୟବହାର, ଯୁବକକୁ ନିର୍ମମ ହତ୍ୟା

ରେଙ୍ଗାଲି: ପୁଅ ଉପସ୍ଥିତିରେ ମାଆକୁ ଅଶାଳୀନ ବ୍ୟବହାର କରିଥିବାରୁ ସମ୍ବଲପୁର ଜିଲାର କତରବଗା ଥାନା ଅନ୍ତର୍ଗତ କଦଳୀପିଟା ଗ୍ରାମର ମୁକେଶ ଖଡିଆ(୨୧)ନାମକ ଜନୈକ ଯୁବକକୁ ହତ୍ୟା କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ୫ତାରିଖ ରାତିରେ କଦଳୀପିଟା ଗ୍ରାମର ମୁକେଶ ଖଡିଆ ବ୍ରାହ୍ମଣୀପାଲି ଗ୍ରାମର ଜନୈକ ମହିଳାଙ୍କୁ ତାଙ୍କ ପୁଅ କରନ ଖଡ଼ିଆ ଉପସ୍ଥିତିରେ ଅଶାଳୀନ ଭାଷାରେ ଗାଳିଗୁଲଜ ଓ ଟଣା ଓଟରା କରିଥିଲା। ଫଳରେ ଉକ୍ତ ମହିଳାଙ୍କ ପୁଅ କରନ ଖଡିଆ (୨୧)ଏଥିରେ ଉତକ୍ଷିପ୍ତ ହୋଇ ଲୁହା ଛଡରେ ମୁକେଶକୁ ଆକ୍ରମଣ କରିଥିଲା। ଏହାସହ ମୁକେଶକୁ ଲୁହା ଛଡ଼ରେ ନିସ୍ତୁକ ମାଡ ମାରି ଲହୁଲୁହାଣ କରି ଦେଇଥିଲା। ଫଳରେ ମୁକେଶରକ୍ତ ଜୁଡୁବୁଡୁ ହୋଇତଳେ ପଡ଼ି ଯାଇଥିଲା। ଏହାପରେ ଘଟଣାସ୍ଥଳରୁ ନିଜ ଗାଁ କଦଳୀପିଟାକୁ ଫେରୁଥିବା ବେଳେ ବ୍ରାହ୍ମଣୀପାଲି-କଦଳୀପିଟା ମଝିରେ ଥିବା ଘସିଆଡିହି ପତ୍ରା ଜଙ୍ଗଲରେ ମୁକେଶ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲା ଓ ସେଠାରେ ତାର ପ୍ରାଣବାୟୁ ଉଡ଼ିଯାଇଥିଲା।
ଆଜି ମୁକେଶର ମୃତଦେହ ଘସିଆଡିହି ପତ୍ରା ଜଙ୍ଗଲରେ ପଡିଥିବା ଦେଖିବା ପରେ ମୋ ପୁଅକୁ କେହି ଅଜଣା ବ୍ୟକ୍ତି ହତ୍ୟା କରିଛି ବୋଲି କତରବଗା ଥାନାରେ ମୁକେଶର ମା’ ଅଭିଯୋଗ କରିଥିଲା। ଥାନା ଆଇଆଇସି ଅନନ୍ତ ଚରଣ ସାହୁ ଏବଂ ସବ୍ ଇନ୍ସପେକ୍ଟର ଜୟକୃଷ୍ଣ ସେଠ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ। ମୃତଦେହର ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତ କରନ ଖଡିଆକୁ ଗିରଫ କରିଥିଲେ। ମୁକେଶକୁ ହତ୍ୟା କରିଥିବା କରନ ସ୍ବୀକାର କରିଛି ବୋଲି ଆଇଆଇସି ଶ୍ରୀ ସାହୁ କହିଛନ୍ତି।
ଏ ସଂକ୍ରାନ୍ତରେ କତରବଗା ଥାନାରେ ବିଏନଏସ ଦଫା ୧୦୩ ରେ ମାମଲା ଋଜୁ କରାଯାଇଛି। ଶୁକ୍ରବାର ଡାକ୍ତରୀ ପରୀକ୍ଷା କରାଯାଇ ଅଭିଯୁକ୍ତ କରନ ଖଡିଆ (୨୧)କୁ କୋର୍ଟ ଚାଲାଣ କରାଯିବ। ଅପରପକ୍ଷରେ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାଛଡ ଓ ରକ୍ତ ଲାଗି ଥିବା ଲୁଗା ଜବତ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories