www.samajalive.in
Friday, December 12, 2025
16.1 C
Bhubaneswar

ବାରହା ଶିକାର ଅଭିଯୋଗରେ ୩ ଗିରଫ, ମାଂସ ଜବତ

ଗୁରୁଡିଝାଟିଆ : ଆଠଗଡ ବନଖଣ୍ଡରେ ବନ୍ୟପ୍ରାଣୀ ଶିକାର ବଢ଼ି ଚାଲିଛି। କେବେ ହାତୀ, ପୁଣି କେତେବେଳେ ହରିଣ ଓ ବାରହା ଶିକାର ହେଉଛି। ଆଜି ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ବାରହା ଶିକାର ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ୧୦ କେଜି ମାଂସ ଜବତ କରାଯାଇଛି। ଅଭିଯୁକ୍ତ ୩ ଜଣ ହେଲେ ମାଧବପୁରର ଶତୃଘ୍ନ ବେହେରା, ଚଂପାପୁର ଗାଁର ସିଦ୍ଧାର୍ଥ ବେହେରା ଓ ନୁଆଡ଼ିହ ଗାଁର ଆକୁଳ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ । ଉଲ୍ଲେଖଯୋଗ୍ୟ ଗତ ମାସ ୨୬ ତାରିଖରେ ବାରହା ଶିକାର କରି ମାଂସ ବିକ୍ରୟ କରୁଥିବାବେଳେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରି ଅଭିଯୁକ୍ତ ସିଦ୍ଧାର୍ଥ ଓ ଶତୃଘ୍ନକୁ ଗିରଫ କରି ମାଂସ ଜବତ କରିଥିଲେ। ଅଭିଯୁକ୍ତମାନେ ବାରହା ଶିକାରରେ ସମ୍ପୃକ୍ତଙ୍କ ନାମ ପ୍ରକାଶ କରିବା ସହ କିପରି ଓ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ଭିଛି କହିବା ପରେ ନୁଆଡ଼ିହ ଗାଁର ଦୀପକକୁ ଆଜି ଗିରଫ କରାଯାଇଛି। ଯୋଜନାବଦ୍ଧ ଭାବେ ଅଭିଯୁକ୍ତ ମାନେ ଶିକାରୀଙ୍କୁ ଡାକି ମହାନଦୀ ପଠା ଓ ଚାଷ ଜମିରେ ହାତ ତିଆରି ବୋମାରେ ମାଂସ ରଖି  ବାରହା ଶିକାର କରିଥାନ୍ତି। ନାରଙ୍ଗବସ୍ତ୍ ,ନୁଆଡିହ ବ୍ରାହ୍ମଣବସ୍ତ , ସୁନିଆମୁହଁ ଆଦି ଜଙ୍ଗଲରୁ ଶିକାର କରି ମାଂସ ବିକ୍ରୟ କରିଥାନ୍ତି। ହାତ ତିଆରି ବୋମା ତିଗିରିଆ ଅଞ୍ଚଳରୁ ଅଣାଯାଉଥିବାର ବନାଞ୍ଚଳ ଅଧିକାରୀ ତଦନ୍ତରୁ ଜାଣିବାକୁ ପାଇଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ସାହୁ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories