www.samajalive.in
Saturday, December 13, 2025
26.1 C
Bhubaneswar

ଶିବିର ମାଧ୍ୟମରେ ସେବା ଓ ଶୃଙ୍ଖଳା ଜ୍ଞାନ ମିଳିଥାଏ

ବଡ଼ମ୍ବା: କଟକ ଜିଲାସ୍ତରୀୟ ଭାରତ ସ୍କାଉଟସ ଓ ଗାଇଡସର ବାର୍ଷିକ କ୍ୟାମ୍ପୋରୀ ଚଳିତ ବର୍ଷ ବଡ଼ମ୍ବା ବ୍ଲକରେ ଅନୁଷ୍ଠିତ ହେଉଛି। ବ୍ଲକ ଅନ୍ତର୍ଗତ ରତାପାଟସ୍ଥିତ ଗ୍ରାମପଞ୍ଚାୟତ ହାଇସ୍କୁଲ ପରିସରରେ ତିନିଦିନ ଧରି ଏହି ଶିବିର ପାଳନ ହେଉଛି। ବୁଧବାର ଅପରାହ୍ନରେ ଆନୁଷ୍ଠାନିକ ଭାବେ ଏହି ଶିବିର ଉଦଘାଟିତ ହୋଇଛି। ଜିଲା ଶିକ୍ଷାଧିକାରୀ ଡଃ. ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍କାଉଟ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଛାତ୍ର ଜୀବନରେ ଏଭଳି ଶିବିର ମାଧ୍ୟମରେ ସେବା ଓ ଶୃଙ୍ଖଳା ଜ୍ଞାନ ମିଳିଥାଏ ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ତ୍ରିପାଠୀ ତାଙ୍କ ଅଭିଭାଷଣରେ କହିଥିଲେ। ଆୟୋଜିତ ଉତ୍ସବରେ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, କଟକ ଜିଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ , ଆଠଗଡ଼ ଉପଜିଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲା ବିଜେପି ସଭାପତି ରାମ ନାରାୟଣ ମହାନ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ବଡ଼ମ୍ବା ବିଡିଓ ରମେଶ କୁମାର ଜେନା, ନରସିଂହପୁର ବିଡିଓ ପ୍ରଳୟାନନ୍ଦ ଶତପଥୀ, ଜିଲା ସ୍କାଉଟସ କମିଶନର ଅଶୋକ କୁମାର ମହାପାତ୍ର, ଗାଇଡ କମିଶନର ନିରୁପମା ମଲ୍ଲିକ, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି,ବଡ଼ମ୍ବା ବ୍ଲକ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମତ୍ତଗଜ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories