ବୟଫ୍ରେଣ୍ଡ ସହିତ ଜିମ୍‌ରେ ନଜର ଆସିଲେ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶା

ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଛି। ଏ ସମ୍ପର୍କରେ ଉଭୟେ ସାମାଜିକ ଗଣମାଧ୍ୟମ ଜରିଆରେ ଘୋଷଣା କରିଥିଲେ। ୨୦୨୪ରେ ସେମାନଙ୍କ ବିବାହ ବିଚ୍ଛେଦ ଘଟିଥିଲା। ଏହା ପରେ ନତାଶା ନିଜ ପୁଅ ଅଗସ୍ତ୍ୟ ସହିତ ସର୍ବିଆ ଚାଲିଯାଇଥିଲେ। ତେବେ କିଛି ସମୟ ପରେ ସେ ମୁମ୍ବଇ ଫେରିଆସିଥିଲେ। ନତାଶା ଏବଂ ହାର୍ଦ୍ଦିକ ୨୦୨୦ ମେ ୩୧ରେ ବିବାହ କରିଥିଲେ। ତେବେ ବିଚ୍ଛେଦ ପରେ ନତାଶାଙ୍କୁ ନିଜର ଘନିଷ୍ଠ ବନ୍ଧୁ ଆଲେକଜାଣ୍ଡର ଏଲେକ୍ସ ଇଲିକଙ୍କ ସହିତ ଦେଖିବାକୁ ମିଳିଛି। ଉଭୟେ ଜିମରେ ବ୍ୟାୟାମ କରୁଥିବାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଆଲେକଜାଣ୍ଡର ନତାଶାଙ୍କ ବୟଫ୍ରେଣ୍ଡ ବୋଲି ଜଣାପଡ଼ିଛି। ଆଲେକଜାଣ୍ଡର ଜଣେ ଫିଟନେସ ପ୍ରଶିକ୍ଷକ, ମଡେଲ ଏବଂ ଅଭିନେତା ଅଟନ୍ତି। ସେ ଅନେକ ସମୟରେ ଅଭିନେତ୍ରୀ ଦିଶା ପଟାନୀଙ୍କ ସହିତ ମଧ୍ୟ ନଜର ଆସନ୍ତି। ଏବେ ନତାଶା ଏବଂ ଆଲେକଜାଣ୍ଡରଙ୍କ ଭିଡିଓ ପ୍ରଘଟ ହେବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ନା ନା ଚର୍ଚ୍ଚା ଲାଗିରହିଛି।

Comments are closed.