www.samajalive.in
Saturday, December 13, 2025
26.1 C
Bhubaneswar

ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ପିପିଲି: ପିପିଲି ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ସ୍ଥାନୀୟ ପିପିଲି ମିଶନ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଶିକ୍ଷାଧିକାରୀ ରବିନ୍ଦ୍ରନାଥ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ଏହି ମେଳାର ଉଦ୍ଦେଶ୍ୟ ଏବଂ ନୂତନ ଶିକ୍ଷା ନୀତିର ରୂପେରେଖ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୪ଟି ଷ୍ଟଲ ସାକ୍ଷରତା, ସଂଖ୍ୟା ଜ୍ଞାନ, ସୃଜନଶୀଳତା କାର୍ଯ୍ୟକ୍ରମ, ମତାମତ ସହ ୫ଟି ଶିକ୍ଷଣ କେନ୍ଦ୍ର ନିପୁଣ ଓଡ଼ିଶା, କାହାଣୀ କହିବା ଓ ଭୂମିକା ନିର୍ବାହ, ଅଭିନବ ଶିକ୍ଷଣ ସାମଗ୍ରୀ ଓ ଅଭ୍ୟାସ ପ୍ରଦର୍ଶନ, ଲାଇଭ କ୍ଲାସ ଓ ସ୍ବତନ୍ତ୍ର କ୍ଲାସର ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସିଆରସିସି ପୂର୍ଣଚନ୍ଦ୍ର ବେହେରା, ବୈକୁଣ୍ଠ ବିଶ୍ବାଳ, ଭଗବାନ ସାହୁ, ଜନାର୍ଦ୍ଦନ ମଲ୍ଲିକ, ସଂପୂର୍ଣ୍ଣ ସ୍ବାଇଁ, ରଶ୍ମିରଞ୍ଜନ ସେଠୀ, ସଞ୍ଜୟ ଦାଶ, ଗଗନ ବିହାରୀ ପାଣିଗ୍ରାହୀ, ଅକ୍ଷୟ ନାୟକ, ବଟକୃଷ୍ଣ ସାହୁ, ପ୍ରଦୀପ୍ତ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।

ଅନ୍ୟତମ ଅତିଥି ଭାବେ ଏଡିଇଓ ହିମାଂଶୁ ଭୁଷଣ ସମର୍ଥା, ପିପିଲି ସ୍ଥିତ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରାମକୃଷ୍ଣ ଦାସ, ପିପିଲି ପୌରାଧ୍ୟକ୍ଷ ସେକ ବାବୁ, ଜବାହାର ବିଦ୍ୟାପୀଠର ପ୍ରଧାନଶିକ୍ଷକ ପୀତବାସ ସେଠୀ, ଏବିଇଓ ସାହେବ ପାତ୍ର, ପିପିଲି ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୌଭାଗ୍ୟଲକ୍ଷ୍ମୀ ନାୟକ, ମିଶନ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁମିତ୍ରା ଦେଇ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସିଆରସିସି ଚିନ୍ତାମଣି ଓଝା ସଭା ପରିଚାଳନା କରିଥିବା ବେଳେ ରମେଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମେ ନିପୁଣ ଓଡ଼ିଶା ସଂଗୀତ ଗାନ ଏବଂ ଶପଥ ପାଠ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories