ଅଣହିନ୍ଦୁ କାର୍ଯ୍ୟରେ ଲିପ୍ତ ତିରୁପତି ମନ୍ଦିରର ୧୮ କର୍ମଚାରୀଙ୍କୁ ବିଦା କଲା ପ୍ରଶାସନ

ସମାଜ ଡିଜିଟାଲ ଡେସ୍କ: ଅଣହିନ୍ଦୁ କାର୍ଯ୍ୟକଳାପରେ ଲିପ୍ତ ଥିବା ତିରୁପତି ମନ୍ଦିରର ୧୮ କର୍ମଚାରୀଙ୍କୁ ବହିସ୍କାର କରାଯାଇଛି। ବୁଧବାର ଏ ନେଇ ତିରୁମାଳା ତିରୁପତି ଦେବସ୍ଥାନମ(ଟିଟିଡି) ପ୍ରଶାସନ ପକ୍ଷରୁ ସମ୍ପୃକ୍ତ କର୍ମଚାରୀମାନଙ୍କୁ ନୋଟିସ ଜାରି କରାଯାଇଛି। କର୍ମଚାରୀମାନଙ୍କୁ ବିକଳ୍ପ ସ୍ବରୂପ ସରକାରୀ କାର୍ଯ୍ୟାଳୟକୁ ବଦଳି ହୋଇଯିବା, ନଚେତ ସ୍ଵେଚ୍ଛାକୃତ ଭାବେ ଅବସର ନେବାକୁ ଟିଟିଡି ଅଧ୍ୟକ୍ଷ ବି.ଆର. ନାଇଡୁ ନିର୍ଦେଶ ଦେଇଛନ୍ତି।

prayash

ଏହି କର୍ମଚାରୀମାନେ ମନ୍ଦିର ଭିତରେ ହିନ୍ଦୁ ରୀତିନୀତି ଏବଂ ଉତ୍ସବରେ ଯୋଗଦାନ କରୁଥିବାବେଳେ ବାହାରେ ଅଣହିନ୍ଦୁ କାର୍ଯ୍ୟରେ ସାମିଲ ହେଉଥିଲେ। ପ୍ରଶାସନ ନଜରକୁ ଏହା ଆସିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତିରୁପତି ମନ୍ଦିରର ଧାର୍ମିକ ବାତାବରଣ ଏବଂ ପବିତ୍ରତାର ସଂରକ୍ଷଣ ଲାଗି ପ୍ରତିଶ୍ରୁତିବଦ୍ଧତାର ପାଳନ ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

kalyan agarbati

Comments are closed.