www.samajalive.in
Saturday, December 6, 2025
23.1 C
Bhubaneswar

ନିରଞ୍ଜନ ପଟ୍ଟନାୟକଙ୍କ ପରେ ଏବେ ଟାର୍ଗେଟରେ ଜୟଦେବ ଜେନା

ଭୁବନେଶ୍ଵର: କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌ ପରେ ଏବେ ଟାର୍ଗେଟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ଅଜଣା ନମ୍ବରରୁ ଜୟଦେବଙ୍କୁ ଆସୁଛି ଧମକପୂର୍ଣ୍ଣ କଲ୍‌। ୫୦ ଲକ୍ଷ ଟଙ୍କା ଦେବାକୁ ଜୟଦେବଙ୍କୁ ଫୋନ୍ ଯୋଗେ ଧମକ ମିଳିଥିବା ଜଣାପଡ଼ିଛି। ୫୦ ଲକ୍ଷ ଦିଅ ନହେଲେ ତମକୁ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଛନ୍ତି ଦୁର୍ବୃତ୍ତ। ଓଡ଼ିଆ ଭାଷାରେ କଥା ହେଉଥିଲେ ଦୁର୍ବୃତ୍ତ। କ୍ୟାପିଟାଲ ଥାନାରେ ଏନେଇ ଅଭିଯୋଗ ଦେଇଛନ୍ତି ଜୟଦେବ ଜେନା। ରାଜ୍ୟରେ ଆଇନଶୃଙ୍ଖଳ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ସେ ଅଭିଯୋଗ କରିଛନ୍ତି। ଧମକ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜୟଦେବ ଜେନା।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories