www.samajalive.in
Saturday, December 6, 2025
19.1 C
Bhubaneswar

ଧନଧାନ୍ୟରେ ଭରିଯିବ ୩ ରାଶିର ଭାଗ୍ୟ: ବୁଧବାର ରାଶିଫଳ

ମେଷ: ଭକ୍ତି ଯୁକ୍ତ ଓ ଧାର୍ମିକ ପ୍ରବୃତ୍ତିର ହୋଇଥିବାରୁ ଓ ବିପଦ ଭଞ୍ଜନଙ୍କ ନାମ ଜପ ଯୋଗୁଁ ମହା ସଙ୍କଟରୁ ଉଦ୍ଧାର ପାଇ ପାରନ୍ତି। ବୁଦ୍ଧିମାନ୍‌ ହେବେ। ପରୋପକାରୀ ହେବେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତି ହେବେ।
ବୃଷ: ପତ୍ନୀ ଗୁଣଯୁକ୍ତା ଓ ପତିବ୍ରତା ହେବେ। ଶାନ୍ତ ଶିଷ୍ଟ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଆଚାର ବ୍ୟବହାରରେ ମାର୍ଜିତ ହୋଇପାରନ୍ତି। ଦେବ-ବ୍ରାହ୍ମଣଙ୍କ ପ୍ରତି ଭକ୍ତିଭାବର ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
ମିଥୁନ: ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ। ଆର୍ଥିକ ଦୃଷ୍ଟିରୁ ଉପକୃତ ହେବେ।

କର୍କଟ: ପୁତ୍ରମାନେ ପ୍ରସିଦ୍ଧି ଲାଭକରି କୁଳ ଉଜ୍ଜ୍ବଳକାରୀ ହେବେ। କୀର୍ତ୍ତିମାନ୍‌ ହେବାର ସୂଚନା ମିଳୁଛି। ମହାନୁଭବ ହୋଇପାରନ୍ତି। ଧନସମ୍ପଦ ଭରପୂର ରହିବ। ଗୁରୁଜନଙ୍କଠାରେ ବିନୟାବନତ ହେବେ।
ସିଂହ: ଖୁବଶୀଘ୍ର ପଟ ପରିବର୍ତ୍ତନ କରି କୁମତିକୁ ପରିତେଜ୍ୟ ଓ ସୁମତିକୁ ସଙ୍ଗ କରିପାରନ୍ତି। କୃଷି କର୍ମରେ ପାରଦର୍ଶୀ ଓ କୃଷକଙ୍କ ଆଦର୍ଶ ହୋଇପାରନ୍ତି। ଜନସ୍ବାସ୍ଥ୍ୟ ରକ୍ଷା ପାଇଁ ପ୍ରଦୂଷିତ ପରିବେଶରୁ ମୁକ୍ତ ହେବେ।

- Advertisement -

କନ୍ୟା:ପତିପତ୍ନୀଙ୍କ ଜୀବନବ୍ୟାପୀ ସହାବସ୍ଥାନ ଶୁଭଙ୍କର ଓ ମଙ୍ଗଳମୟ ହେବ। ଉଭୟେ ମାନବଧର୍ମୀ ବ୍ରତ ଆଚରଣ କରି ଜନ ସମୁଦାୟର ଆଦର୍ଶବାଦୀ ହୋଇପାରନ୍ତି। ଗୁରୁ ଗୌରବକୁ ପ୍ରାଧାନ୍ୟ ଦେଇ ନତମସ୍ତକ ହେବେ।
ତୁଳା: ବ୍ୟବସାୟରୁ ପ୍ରଚୁର ଧନ ପ୍ରାପ୍ତିର ସୂଚନା ମିଳୁଛି। ପୁତ୍ରଠାରୁ ଆଶାତୀତ ଧନ ପ୍ରାପ୍ତି ଉପରେ କେହି ଅଙ୍କୁଶ ଲଗାଇ ପାରିବେ ନାହିଁ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।
ବିଛା : ସଂଗ୍ରାମୀ ମନୋବୃତ୍ତିର ହୋଇ ସାରା ଜୀବନକୁ ସଂଘର୍ଷମୟ କରିପାରନ୍ତି। ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ ପରିପାରନ୍ତି। ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଉପୁଜିପାରେ।
ଧନୁ: ଅତୀତ ସ୍ମୃତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗଁୁ କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। କର୍ମଚଞ୍ଚଳ ରହିବେ।
ମକର: ପରିବାରରେ ଭୁଲ ବଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି। ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛା ବିରୋଧୀ ପରିସ୍ଥିତିର ସମ୍ମୁଖୀନ ହେବେ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

କୁମ୍ଭ: ନୀଚ ବ୍ୟକ୍ତିଦ୍ବାରା ପ୍ରବାହିତ ହୋଇ ଅପମାନିତ ହୋଇପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ଦ୍ବାରା ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ। ପରିବାରର ଆବଶ୍ୟକତା ପୂରଣ କରିପାରିବେ।
ମୀନ : ସମ୍ପର୍କୀୟମାନେ ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାସ୍ଥ୍ୟ ହାନୀ ହେବାର ସୂଚନା ମିଳୁଛି। ମୂଲ୍ୟବାନ ଜିନିଷ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ତୀର୍ଥଯାତ୍ରୀଙ୍କ ସେବାରେ ଉନ୍ମୁଖ ହୋଇପାରନ୍ତି। ଜ୍ଞାନଯଜ୍ଞ କରିପାରନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories