www.samajalive.in
Saturday, December 13, 2025
26.1 C
Bhubaneswar

ଆବାସ ଅଧିକାର ଯୋଜନାର ଶୁଭାରମ୍ଭ

ସମ୍ବଲପୁର: ସମ୍ବଲପୂର ଜିଲାରେ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଗୃହହୀନ ଲୋକଙ୍କୁ ଆଉ ଘର ଖଣ୍ଡିଏ ପାଇବାକୁ ଅସୁବିଧା ହେବ ନାହିଁ। ଏଣିକି ଗୃହହୀନ ଲୋକେ ନିଜ ମୁଣ୍ଡ ଗୁଞ୍ଜିବାକୁ ସହଜରେ ଘର ଖଣ୍ଡିଏ ପାଇପାରିବେ। ଏଥି ପାଇଁ ସମ୍ବଲପୂର ଜିଲାରେ ସ୍ୱତନ୍ତ୍ର ଆବାସ ଅଧିକାର ଯୋଜନା ଶୁଭାରମ୍ଭ ଆରମ୍ଭ କରାଯାଇଛି। ଜିଲ୍ଲାର ୯ ଗୋଟି ବ୍ଲକର ପ୍ରଥମ ପର୍ଯ୍ୟାୟରେ ୧୦୦୦ ଲୋକଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ କରାଯିବ। ଏଥି ପାଇଁ କ୍ରାଉଡ଼ ଓଡ଼ିଶା ସ୍ୱେଚ୍ଛାସେବୀ ସଙ୍ଗଠନ ଆଗକୁ ଆସିଛି। ସଙ୍ଗଠନ ପକ୍ଷରୁ ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ଡଙ୍ଗରପଡା ପଞ୍ଚାୟତର ନୂଆମୁଣ୍ଡା ଗ୍ରାମରେ ଆବାସ ଅଧିକାର ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଏଥିରେ ଯୋଗ୍ୟ ବିବେଚିତ ହିତାଧିକାରୀମାନଙ୍କୁ ୨୮୦ ବର୍ଗଫୁଟ୍ ଘର ତିଆରି କରି ଯୋଗାଇ ଦିଆଯିବ। ଏହି ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୪୮ ହଜାର ଟଙ୍କା ଅନୁଦାନ ଯୋଗାଇ ଦିଆଯାଉଥିବା ବେଳେ ହିତାଧିକାରୀଙ୍କ ସହ ୮୦ / ୨୦ ପ୍ରତିଶତ ସହଯୋଗରେ କାର୍ଯ୍ୟକ୍ରମ କରାଯାଉଛି। କ୍ରାଉଡ଼ ଓଡ଼ିଶା ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବିଭିନ୍ନ ଶିଳ୍ପାନୁଷ୍ଠାନ, ବିଭିନ୍ନ କମ୍ପାନୀଙ୍କ ସହ ଯୋଗାଯୋଗ କରି ଗୃହହୀନ ଲୋକଙ୍କ ଘର ଖଣ୍ଡିଏ ନ ଥିବାରୁ ସେମାନେ ଭୋଗୁଥିବା ଅସୁବିଧା ବାବଦରେ ଅବଗତ କରାଯିବା ସହ ସେମାନଙ୍କୁ ସାହଯ୍ୟ କରିବାକୁ ସିଏସଆର ପାଣ୍ଠି ଅନୁଦାନ ମଞ୍ଜୁର କରାଯାଇ ଏହି ଯୋଜନା କାଯ୍ୟକାରୀ କରାଯାଉଛି। ଏ ନେଇ ସମ୍ବଲପୂର ଜିଲା ନୂଆମୁଣ୍ଡା ଠାରେ ଏହି ଯୋଜନା ଶୁଭାରମ୍ଭ ହେବା ଉପଲକ୍ଷେ ହିତାଧିକାରୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।ପରେ ଗ୍ରାମରେ ନିର୍ମାଣ ହେବାକୁ ଥିବା ଘର ପାଇଁ ଭୁମିପୁଜନ ମଧ୍ୟ କରାଯାଇଥିଲା। ଏହି ଅବସରରେ କ୍ରାଉଡ଼ ଓଡ଼ିଶା ପକ୍ଷରୁ ନିର୍ଦ୍ଧେଶକ ଉମାକାନ୍ତ ପାତ୍ର ଓ ବିନୋଦ ନନ୍ଦ ପାତ୍ର ନିର୍ଦେଶକ ଅର୍ଥନୀତି ଜିଲା ସଂଯୋଜକ ଆନନ୍ଦ ପ୍ରଧାନ ଓ ଗୌରାଙ୍ଗ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories