www.samajalive.in
Saturday, December 13, 2025
26.1 C
Bhubaneswar

ସମସ୍ୟା ସମାଧାନ ଦାବିରେ ବିଶାଳ ରାଲି

ସମ୍ବଲପୁର: ସମ୍ବଲପୁର ଠାରେ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ମଙ୍ଗଳବାର ଏକ ବିଶାଳ ରାଲିର ଆୟୋଜନ କରାଯାଇ ବିଭିନ୍ନ ସମସ୍ୟାର ସମାଧାନ ଦାବି କରାଯାଇଛି। ସ୍ଥାନୀୟ ଗୋଲ ବଜାର ଛକରୁ ଆରମ୍ଭ ହୋଇଥିବା ଏହି ରାଲି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଜିଲାପାଳଙ୍କ ଜରିଆରେ ଉପ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ସଂଘ ପକ୍ଷରୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଜିପିଏଲଏଫ ଇ ସି ସ୍ତରରେ ପୁନଃ ଗଠନ ନିର୍ଦ୍ଦେଶାନାମା ଓ ନୂତନ ନିର୍ଦ୍ଦେଶାବଳୀକୁ ପ୍ରତ୍ୟାହାର, ଗ୍ରାମ ପଞ୍ଚାୟସ୍ତରୀୟ ମହାସଂଘରେ ଇ ସି ରୂପେ କାର୍ଯ୍ୟରତ ମହିଳା ସଦସ୍ୟାଙ୍କ କାର୍ଯ୍ୟକାଳର ସମୟ ସୀମା ବୃଦ୍ଧି, ସ୍କୁଟି ଋଣ ଯୋଜନାର ସର୍ତ୍ତାବଳୀ ଅନୁଯାୟୀ ୪୮ ଟି କିସ୍ତି ମଧ୍ୟରୁ ୧୨ଟି କିସ୍ତି ଦେୟ ହୋଇଥିବା ବେଲେ ବାକି କିସ୍ତି ଗୁଡିକ ସମ୍ପର୍କରେ ବିଚାର ଏବଂ ମହିଳା ଇ ସି କର୍ମୀ ମାନଙ୍କୁ ସାମାଜିକ ନିରାପତ୍ତା ଓ କାର୍ଯ୍ୟକାଳ ସମୟରେ ଦୁର୍ଘଟଣା ଜନିତ ବୀମା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି। ଏହି ରାଲିରେ ଶତାଧିକ ମହିଳା ସଦସ୍ୟା ସାମିଲ ହୋଇ ଦାବିପୁରଣ ସକାଶେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ପରେ ଦାବିପତ୍ର ପ୍ରଦାନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories