www.samajalive.in
Sunday, December 14, 2025
16.1 C
Bhubaneswar

ସଫଳ ମହିଳା ଚାଷୀ ଶଙ୍ଖଜିନୀ ପ୍ରଧାନ, ରଙ୍ଗୀନ ଫୁଲକୋବି ଚାଷ ଦେଇଛି ସ୍ୱତନ୍ତ୍ର ପରିଚୟ

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଠାକୁରମାଲ ଗ୍ରାମର ସଫଳ ମହିଳା ଚାଷୀ ରୂପେ ଶଙ୍ଖଜିନୀ ପ୍ରଧାନ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ବର୍ତ୍ତମାନ ସମାଜରେ ନିଜକୁ ସଫଳ ମହିଳା ଚାଷୀ ରୂପେ ସ୍ୱାବଲମ୍ବୀ ରୂପେ ଛିଡା କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସେ ସାଜିଛନ୍ତି। ଶଙ୍ଖଜିନୀ ଏବେ ନିଜର ଚାଷ ଜମିରେ ନିଆରା ହଳଦିଆ, ସବୁଜ ଓ ବାଇଗଣୀ ରଙ୍ଗର ଫୁଲ କୋବି ଚାଷ କରି ବେଶ ସଫଳତା ପାଇଥିବା ବେଳେ ଜିଲାରେ ଚର୍ଚ୍ଚା କେନ୍ଦ୍ରବିନ୍ଦୁରେ ରହିଛନ୍ତି। ଶଙ୍ଖଜିନୀ ନିଜର ଦେଢ଼ ଏକର ଚାଷ ଜମିରେ ଧଳା ରଙ୍ଗର ଫୁଲ କୋବି ଚାଷ ସଫଳତାର ସହିତ ୨୦୨୦ ମସିହାରେ ପ୍ରଥମେ କରି ସଫଳତା ପାଇବା ପରେ ହଳଦିଆ, ସବୁଜ ଓ ବାଇଗଣୀ ରଙ୍ଗର ଫୁଲ କୋବି ଚାଷ କରୁଛନ୍ତି। ସାଧାରଣତଃ ଚାଷୀ ମାନେ ଧଳା ରଙ୍ଗର ଫୁଲ କୋବି ଚାଷ କରୁଥିବା ବେଳେ କିନ୍ତୁ ଶଙ୍ଖଜିନୀ ବିଭିନ୍ନ ରଙ୍ଗର ଫୁଲ କୋବି ଚାଷ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କର ରଙ୍ଗୀନ ଫୁଲ କୋବିର ଚାହିଦା ମଧ୍ୟ ବଜାରରେ ବେଶ ରହିଥିବାରୁ ସେ ଏହି ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି।

ଏ ସମ୍ପର୍କରେ ଶଙ୍ଖଜିନୀ କହିଛନ୍ତି ଯେ, ପରିବାର ସଦସ୍ୟଙ୍କ ସହାୟତାରେ ଏହି ରଙ୍ଗୀନ ଫୁଲ କୋବିର ଚାଷ ସେ କରି ଆସୁଛନ୍ତି। ସାଧାରଣ କୋବି ଚାଷ ଭଳି ପ୍ରଣାଳୀରେ ସେ ଏହି ଚାଷ କରୁଛନ୍ତି। ସବୁଠାରୁ ବେଶି ବାଇଗଣୀ କୋବିର ଚାହିଦା ବଜାରରେ ରହିଛି। କିଛି ବର୍ଷ ପୁର୍ବରୁ ସେ ହଳଦିଆ ଓ ବାଇଗଣୀ ରଙ୍ଗର ଫୁଲ କୋବିର ଫଟୋ ଖବରକାଗଜରେ ଦେଖିବା ପରେ ଏଭଳି ଫୁଲ କୋବି ଚାଷ ପାଇଁ ସେ ମନ ବଳାଇଥିଲେ। ତାଙ୍କର ଉତ୍ପାଦିତ କୋବିକୁ ବ୍ୟବସାୟୀ ମାନେ ତାଙ୍କ ବିଲକୁ ପହୁଞ୍ôଚ କିଣି ନେଉଥିବା ବେଳେ ମାନେଶ୍ୱର, ସମ୍ବଲପୁର ସହରରେ ରଙ୍ଗୀନ ଫୁଲ କୋବିର ଚାହିଦା ରହିଛି। ଏଥି ସହ ରିଲାଏନ୍ସ ଫ୍ରେସ, ମଦର ଡାଏରୀ ପରି ବଡ ବଡ ମଲରେ ମଧ୍ୟ ଏହି ରଙ୍ଗୀନ ଫୁଲ କୋବି ବିକ୍ରି ହେଉଥିବାର ଶଙ୍ଖଜିନୀ କହିଛନ୍ତି। ଏଥି ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରୁ ସମ୍ମାନ ସହିତ ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇଛି। ବର୍ତ୍ତମାନ ସେ ଚାଷ କରୁଥିବା ଏହି ୩ ପ୍ରକାରର ରଙ୍ଗର ଫୁଲ କୋବିର ଚାହିଦା ବଜାରରେ ବେଶ ରହିଥିବା ବେଳେ ଶଙ୍ଖଜିନୀ ଏହି ନିଆରା ଉଦ୍ୟମ ଜରିଆରେ ନିଜକୁ ଆତ୍ମନିର୍ଭରଶୀଳ କରିବା ସହିତ ପରିବାରକୁ ମଧ୍ୟ ଭରଣପୋଷଣ ସହଜରେ କରିପାରୁଛନ୍ତି ଏବଂ ମହିଳା ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories