www.samajalive.in
Tuesday, December 9, 2025
17.1 C
Bhubaneswar

ସୁସ୍ଥ ଶରୀର ପାଇଁ ତେନ୍ତୁଳିର ବ୍ୟବହାର

ବର୍ତ୍ତମାନ ସମସ୍ତଙ୍କର ମେଦବହୁଳତା ଏକ ମୁଖ୍ୟ ସମସ୍ୟା ରୂପେ ଦେଖା ଦେଉଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସମସ୍ତେ ଚିନ୍ତିତ ରହୁଛନ୍ତି। ମେଦବହୁଳତା ସମସ୍ତଙ୍କ ଶରୀର ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ମେଦବହୁଳ ବ୍ୟକ୍ତିମାନେ ଅନେକ ଉପାୟ ଅବଲମ୍ବନ କରି ଥାଆନ୍ତି। କିନ୍ତୁ କିଛି ଘରୋଇ ଉପାୟ ରହିଛି ଯାହାଦ୍ବାରା ମେଦବହୁଳତା ସମସ୍ୟାରୁ ମୁକ୍ତି ପାଇପାରିବା। ଆସନ୍ତୁ ଜାଣିବା ମେଦବହୁଳତାରୁ ମୁକ୍ତି ପାଇବା ପାଇଁ କେଉଁ ଘରୋଇ ଉପାୟ ଅବଲମ୍ବନ କରିବା ଉଚିତ ..

ତେନ୍ତୁଳିକୁ ସମସ୍ତେ ପ୍ରାୟ ଆଚାର ରୂପେ ବ୍ୟବହାର କରିଥାଉ। କିନ୍ତୁ ତେନ୍ତୁଳିର ବ୍ୟବହାର ଦ୍ବାରା ମେଦବହୁଳତା ସମସ୍ୟାରୁ ମୁକ୍ତି ପାଇପାରିବା। ତେନ୍ତୁଳିରେ ହାଇଡ୍ରୋକ୍ସି ସାଇଟ୍ରିକ ଏସିଡ ରହିଛି। ଏହା ପେଟରେ ଚର୍ବି ଜମା କରୁଥିବା ଏନଜାଇମକୁ ନଷ୍ଟ କରିବାରେ ସହାୟକ ହୋଇଥାଏ। ତେନ୍ତୁଳିରୁ ଅନେକ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରାଯାଇଥାଏ। ତେନ୍ତୁଳିକୁ ସେବନ କରିବା ଦ୍ବାରା ଶରୀରରେ ପିତ୍ତରସ ଉତ୍ପନ୍ନ ହୋଇଥାଏ। ଏହି ରସ ହଜମ ପ୍ରକ୍ରିୟାକୁ ସଠିକ ରୂପେ ତ୍ବରାନିତ କରିଥାଏ। ଯଦି ଆପଣ ଅଧିକ ଖାଦ୍ୟ ଖାଇବାରୁ ନିଜକୁ ନିୟନ୍ତ୍ରିତ କରି ରଖିପାରୁ ନାହାନ୍ତି ତେବେ ତେନ୍ତୁଳି ଖାଇବା ଦ୍ବାରା ଏହି ସମସ୍ୟା ଦୂର ହେବ।

- Advertisement -

ତେନ୍ତୁଳିରେ ଭିଟାମିନ-ସି, ବି, ଇ, କ୍ୟାଲସିୟମ, ଆଇରନ, ପ୍ରୋଟାସିୟମ, ମାଙ୍ଗାନିକ, ଫସଫରସ ଓ ଫାଇବର ଉପଯୁକ୍ତ ପରିମାଣରେ ରହିଛି। ଏହା ଶରୀର ପାଇଁ ନିତାନ୍ତ ଆବଶ୍ୟକ।

ଦୈନନ୍ଦିନ ଜୀବନରେ ତେନ୍ତୁଳିର ବ୍ୟବହାର :

ପ୍ରଥମେ ୩ଗ୍ଲାସ ପାଣି ନିଅନ୍ତୁ। ସେଥିରେ ୧୦ରୁ ୧୫ ପାଖୁଡା ତେନ୍ତୁଳି ପକାଇ ଦିଅନ୍ତୁ। କିଛି ସମୟ ପରେ ତେନ୍ତୁଳିରୁ ମଞ୍ଜି ବାହାର କରି ଦିଅନ୍ତୁ। ଅଳ୍ପ ପାଣି ଦେଇ କିଛି ସମୟ ଫୁଟାନ୍ତୁ। ପାଣି ଫୁଟିଲା ପରେ ତାକୁ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ। ପାଣି ଥଣ୍ଡା ହେବା ପ​‌ରେ ଲେମ୍ବୁ ରସ ଚିପୁଡି ଦିଅନ୍ତୁ।

ଏପରି କରି ତେନ୍ତୁଳି ଜୁସକୁ ପ୍ରତିଦିନ ୩ ରୁ ୪ ଥର ପିଇ ପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories