www.samajalive.in
Friday, December 12, 2025
16.1 C
Bhubaneswar

ଆସିଲା ବିକ୍ରମ ଭଟ୍ଟଙ୍କ ‘ତୁମ୍‌କୋ ମେରି କସମ୍‌’ ଟିଜର

ମୁମ୍ବାଇ: ବିକ୍ରମ ଭଟ୍ଟ ବଲିଉଡ଼ରେ ହରର ପିଲ୍ମ ପାଇଁ ବେଶ୍‌ ଲୋକପ୍ରିୟ। ଖୁବଶୀଘ୍ର ତାଙ୍କ ଚଳଚ୍ଚିତ୍ର ‘ତୁମ୍‌କୋ ମେରି କସମ୍‌’ ମୁକ୍ତିଲାଭ କରିବାକୁ ଯାଉଛି। ଏହାର ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି, ଯେଉଁଥିରେ ଥ୍ରୀଲରର ତଡ଼କା ସହ କୋର୍ଟ ରୁମ୍‌ ଡ୍ରାମା ଦେଖିବାକୁ ମିଳିଛି।

ଫିଲ୍ମ ‘ତୁମ୍‌କୋ ମେରି କସମ୍‌’ରେ ଅନୁପମ ଖେର ଏକ ଆଇଭିଏଫ ହସ୍ପିଟାଲ ସହ ଜଡ଼ିତ ଥିବା ନଜର ଆସିଛନ୍ତି। ଏଥିସହ ଫିଲ୍ମର ଟିଜରରେ କୋର୍ଟ ରୁମ୍ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ତେବେ ଆଇଭିଏଫ୍ ଏବଂ କୋର୍ଟ ମାମଲା ମଧ୍ୟରେ କ’ଣ ସମ୍ପର୍କ ରହିଛି, ତାହା ଫିଲ୍ମ ଦେଖିବା ପରେ ହିଁ ଜଣାପଡ଼ିବ। କିନ୍ତୁ ଟିଜରରେ ଅନୁପମ ଖେର, ଅଦା ଶର୍ମା ଓ ଈଶା ଦେଓଲଙ୍କ ଦମ୍‌ଦାର ସଂଳାପ ଶୁଣିବାକୁ ମିଳିଛି।

- Advertisement -

ମାର୍ଚ୍ଚ ୨୧ରେ ପରଦାକୁ ଆସିବ ବିକ୍ରମ ଭଟ୍ଟ ନିର୍ଦେଶିତ ଚଳଚ୍ଚିତ୍ର ‘ତୁମ୍‌କୋ ମେରି କସମ୍’। ଇନ୍ଦିରା ଏଣ୍ଟରଟେନମେଣ୍ଟ ଏଲଏଲପି ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ମହେଶ ଭଟ୍ଟ ମଧ୍ୟ ମିଳିତ ଭାବରେ ନିର୍ମାଣ କରୁଛନ୍ତି।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories