ପ୍ରକୃତିର ଏହି ସଙ୍କେତ ଜୀବନରେ ଆଣେ ଅନେକ ପରିବର୍ତ୍ତନ
ଶାସ୍ତ୍ରର ମାନ୍ୟତା ଅନୁଯାୟୀ, ଆମ ପ୍ରକୃତି ସର୍ବଦା କିଛି ନା କିଛି ସଙ୍କେତ ଦେଇଥାଏ। ସେହି ସଙ୍କେତ ଉଭୟ ଭଲ ଓ ଖରାପ ଦେଇଥାଏ। ପ୍ରକୃତି ଦ୍ବାରା ମିଳୁଥିବା ସଙ୍କେତ ଜାଣିବା ଦ୍ବାରା ଆମେ କିଛି ବିପତ୍ତିରୁ ରକ୍ଷା ପାଇଥାଉ। ଆସନ୍ତୁ ଏପରି କିଛି ସଙ୍କେତ ବିଷୟରେ ଜାଣିବା ..
ଝିଟିପିଟି : ଗୃହରେ ବେଳେବେଳେ ହଠାତ ବହୁତ ଝିଟିପିଟି ଦେଖିବାକୁ ମିଳିଥାଆନ୍ତି। ଏହା ଅଶୁଭର ସଙ୍କେତ ଦେଇଥାଏ। ଘରର ସଦସ୍ୟଙ୍କ ମଧ୍ୟରେ ହଠାତ କିଛି ସମସ୍ୟା ନେଇ ଚିନ୍ତିତ ରହିବେ ବୋଲି ସଙ୍କେତ ଦେଇଥାଏ। ଏହାସହ ଗୃହରେ ଟଙ୍କାପଇସାର ଅଭାବ ହେବାର ମଧ୍ୟ ସଙ୍କେତ ଦେଇଥାଏ। ନିଜର ଜଣେ କିଏ ଘର ଠାରୁ ଦୂରକୁ ଯିବାର ସଙ୍କେତ ଦେଇଥାଏ।
ହଠାତ ନିଦ୍ରା କମ ହେବା : ବେଳେବେଳେ କିଛି ଲୋକଙ୍କୁ ନିଦ କମ ହୋଇଥାଏ। ଏହାସହ ଶୋଇବା ବେଳେ ବାରମ୍ବାର ଟଏଲେଟ ଲାଗିଥାଏ। ଏପରି ହେବା ଅଶୁଭର ଲକ୍ଷଣ ଅଟେ। ଏପରି ହେବା ଦ୍ବାରା ସ୍ବାସ୍ଥ୍ୟ, ପ୍ରତିଷ୍ଠା ଓ ଧନ ହାନିର ସଙ୍କେତ ଅଟେ। ଆଗକୁ ଆସୁଥିବା ଦିନରେ ଧନ ସଙ୍କଟ ହେବାର ମଧ୍ୟ ସମ୍ଭାବନା ରହିଛି।
ଗହଣା ହଜିବା : ବେଳେବେଳେ କିଛି ବ୍ୟକ୍ତିଙ୍କ ଗହଣା ହଜି ଯାଇଥାଏ। ଶାସ୍ତ୍ରରେ ଗହଣା ହଜିଯିବା ଅଶୁଭ ବୋଲି କୁହାଯାଇଛି। ଗହଣା ହଜିଯିବା ଦ୍ବାରା ଧନ, ମାନ-ସମ୍ମାନ ଓ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇବାର ସଙ୍କେତ ଦେଇଥାଏ।
ପାଳିତ ପଶୁର ମୃତ୍ୟୁ : ଘରେ ପାଳିଥିବା କୌଣସି ପଶୁର ମୃତ୍ୟୁ ହୋଇଗଲେ ତାହା ଅଶୁଭର ସଙ୍କେତ ହୋଇଥାଏ। ଏପରି ହେବା ଦ୍ବାରା ଘରେ ଦରିଦ୍ରତା ଦେଖା ଯିବାର ସଙ୍କେତ ଦେଇଥାଏ।