www.samajalive.in
Saturday, December 6, 2025
26.1 C
Bhubaneswar

ଜଙ୍ଗଲ ନିଆଁକୁ ପ୍ରତିରୋଧ ପାଇଁ ସଚେତନତା ରଥ

ଫୁଲବାଣୀ :କନ୍ଧମାଳ ଓ ତାର ପଡୋଶି ଜିଲା ଗଞ୍ଜାମରେ ଜଙ୍ଗଲ ନିଆଁକୁ ପ୍ରତିରୋଧ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର ସଚେତନତା ରଥ ଶୁଭାରମ୍ଭ କରାଯାଇଛି। ସାଧାରଣତ ଫେବୃଆରୀରୁ ମେ’ ମାସରେ ଜଙ୍ଗଲରେ ନିଆଁ ଲାଗିବାର ବହୁତ ସମ୍ଭାବନା ଥାଏ। ସାଧାରଣତଃ ଲୋକେ ମହୁଲ ଗଛ ତଳ ସଫାକରିବା ଓ ପୋଡୁ ଚାଷ ପାଇଁ ନିଆଁ ଲଗାଇଥାନ୍ତି, ଫଳରେ ଜଙ୍ଗଲ ନଷ୍ଟ ହୋଇଥାଏ। ଏହି ରଥ ଜଙ୍ଗଲ ନିଆଁକୁ ପ୍ରତିରୋଧ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ଆଶା କରାଯାଉଛି।

କନ୍ଧମାଳ ଜିଲାର ଫୁଲବାଣୀ ଓ ବାଲିଗୁଡା ଏବଂ ଘୁମୁସର (ଉତ୍ତର) ବନଖଣ୍ଡମାନଙ୍କରେ ସ୍ବେଛାସେବୀ ସଂଗଠନ ‘ସ୍ୱାତୀ’ ତରଫରୁ ସଚେତନତା ରଥ ମାଧ୍ୟମରେ ଲୋକମାନଙ୍କୁ ସଚେତନତା ଆରମ୍ଭ କରାଯାଇଛି। ଘୁମୁସର (ଉତ୍ତର)ରେ ବନ ବିଭାଗ ମୁଖ୍ୟ ଅଧିକାରୀ ହିମାଂଶୁ ସେଖର ମହାନ୍ତିଙ୍କ ନେତୃତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। ଏଥିରେ ତୃଣ ମୂଳ ସ୍ତରରୁ ମହିଳା ସ୍ୱୟଂ ସହାୟକ ଦଳ, ବନ ସୁରକ୍ଷା ସମିତ, ଗ୍ରାମର ଅନ୍ୟାନ୍ୟ ଅନୁଷ୍ଠାନର ସମନ୍ୱୟରେ କିପରି ଚଳିତ ବର୍ଷ ସମ୍ପୂର୍ଣ୍ଣ ଜଙ୍ଗଲ ନିଆଁକୁ ପ୍ରତିରୋଧ କରିହେବ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା।

- Advertisement -

ବିଭିନ୍ନ ବନାଞ୍ଚଳର ଅଧିକାରୀ ଜଙ୍ଗଲ ନିଆଁ ପ୍ରତିରୋଧର ପ୍ରସ୍ତୁତି କାର୍ଯ୍ୟକ୍ରମ ବିଷୟରେ କହିଥିଲେ। ‘ସ୍ୱାତୀ’ର ସଂପାଦକ ଇଂ.ହରିଶଙ୍କର ରାଉତ ଆଗାମି ଜୁନ ମାସ ପର୍ଯ୍ୟନ୍ତ ଏହି ସଚେତନତା ରଥ ବୁଲିବ ବୋଲି ସୂଚନା ଦେଇଥିଲେ। ସବୁ ସ୍ତରରେ କିପରି ସହଯୋଗର ହାତ ବଢିବ ସେଥିପ୍ରତି ଗ୍ରାମ ସ୍ତରରେ ସଭା ସମିତି କରିବା ପାଇଁ ସେ ପ୍ରସ୍ତାବ ରଖିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories