ଡେସ୍କ: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ୨୪୭ ରନର ଟାର୍ଗେଟ ଦେଇଛି ଭାରତ। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କୋଲକାତା, ଚେନ୍ନାଇ ଓ ପୁଣେରେ ଭାରତ ଜିତିଥିବା ବେଳେ ରାଜକୋଟରେ ପରାଜୟ ବରଣ କରିଥିଲା। ସିରିଜ୍ ହାତରେ ଥିବାରୁ ଭାରତ ଅର୍ଶଦୀପ ସିଂହଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ଏକମାତ୍ର ପରିବର୍ତ୍ତନ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୪୭ ରନ ସ୍କୋର କରିଛି। ଆଜିର ମ୍ୟାଚରେ ଭାରତ ପକ୍ଷରୁ ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବି ବିଷ୍ନୋଇ, ମହମ୍ମଦ ସାମି ଓ ବରୁଣ ଚକ୍ରବର୍ତ୍ତୀ ଖେଳୁଥିବା ବେଳେ ଇଂଲଣ୍ଡ ପକ୍ଷରୁ ଫିଲିପ୍ ସଲ୍ଟ (ୱିକେଟ କିପର), ବେନ୍ ଡକେଟ୍, ଜୋସ୍ ବଟଲର (ଅଧିନାୟକ), ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜାକବ ବେଥେଲ୍, ବ୍ରାଇଡନ୍ କାର୍ସ୍, ଜେମି ଓଭରଟନ୍, ଜୋଫ୍ରା ଆର୍ଚର, ଆଦିଲ ରସିଦ୍, ମାର୍କ ଉଡ୍ ଖେଳୁଛନ୍ତି।
Popular Categories



