www.samajalive.in
Sunday, December 14, 2025
14.1 C
Bhubaneswar

ଜୀବନ୍ୟାସ ପାଇଲେ ରାଜ୍ୟର ୬୧୦ ଅନୁଦାନପ୍ରାପ୍ତ ହାଇସ୍କୁଲ

ବାଲେଶ୍ବର: ଦୀର୍ଘ ୩୬ ବର୍ଷ ପରେ ଜୀବନ୍ୟାସ ପାଇବାକୁ ଯାଉଛି ବାଲେଶ୍ବର ସମେତ ଓଡ଼ିଶାର ଅନୁଦାନପ୍ରାପ୍ତ (ଏଡେଡ) ହାଇସ୍କୁଲ। କ୍ଷମତାକୁ ଆସିବା ପରେ ରାଜ୍ୟ ସରକାର ଶିକ୍ଷା ନୀତିରେ ସଂସ୍କାର ଆଣିବା ସହିତ ଶିକ୍ଷକ ଅଭାବରୁ ବନ୍ଦ ହେବାକୁ ବସିଥିବା ଓଡ଼ିଶାର ୬୧୦ ପୁରୁଣା ଅନୁଦାନପ୍ରାପ୍ତ ହାଇସ୍କୁଲ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି। ଏହିସବୁ ସ୍କୁଲରେ ୩ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି ପଡ଼ିଥିଲା। ପୂର୍ବରୁ ନୂଆ ନିଯୁକ୍ତି ତ ଦିଆଯାଉ ନ ଥିଲା; ବରଂ ଯେଉଁ ଶିକ୍ଷକମାନେ ଥିଲେ ସେମାନଙ୍କ ଅବସର ପରେ ଗୋଟିଏ ପରେ ଗୋଟିଏ ସ୍କୁଲ ବନ୍ଦ ହେବା ସ୍ଥିତିକୁ ଚାଲି ଆସିଥିଲା। କିଛି ଏଡେଡ ସ୍କୁଲକୁ ନିକଟସ୍ଥ ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ କରି ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାର ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକ ଅଭାବ ସମସ୍ୟା ଉତ୍କଟ ହେବାରେ ଲାଗିଥିଲା। ଜିଲା ଶିକ୍ଷା ବିଭାଗ ସୂଚନା ଅନୁସାରେ, ବାଲେଶ୍ବରର ୭୩ ପୁରୁଣା ଅନୁଦାନପ୍ରାପ୍ତ ସ୍କୁଲ ସମେତ ମୋଟ ୨୩୦ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରପ୍ତ ହୋଇଥିଲା। ଏହିସବୁ ସ୍କୁଲରେ ପାଖାପାଖି ୭୦୦ ଶିକ୍ଷକ/କର୍ମଚାରୀ ପଦ ଖାଲିପଡ଼ିଥିଲା। ତେବେ ଦେଶ ସ୍ବାଧୀନତା ପୂର୍ବରୁ ଏବଂ ସ୍ବାଧୀନତା ପରେ ଜିଲାରେ ପ୍ରତିଷ୍ଠା ହୋଇଥିବା ୫୮ ସର୍ବପୁରାତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଅତ୍ୟନ୍ତ ଦୟନୀୟ ସ୍ଥିତିକୁ ଚାଲି ଆସିଥିଲା। ଅଧିକାଂଶ ସ୍କୁଲରେ ପିଅନ ଓ କିରାଣି ନ ଥିବାବେଳେ ଗୋଟିଏ ଗୋଟିଏ ସ୍କୁଲ ଜଣେ/ଦୁଇ ଜଣ ଶିକ୍ଷକରେ ଚାଲୁଥିଲା।

- Advertisement -

ତେବେ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ଏହି ସମସ୍ୟାକୁ ପ୍ରାଥମିକତା ଦେବା ସହିତ ଏସଏସବି ପକ୍ଷରୁ ଇତି ମଧ୍ୟରେ ଶିକ୍ଷକ ମନୋନୟନ ପ୍ରକ୍ରିୟା ଶେଷ ହୋଇଛି। ମନୋନୀତ ନୂଆ ଶିକ୍ଷକଙ୍କୁ ଏବେ ଜିଲା ସ୍ତରରେ କାଉନସେଲିଂ କରାଯାଉଛି। ଏହି କ୍ରମରେ ବାଲେଶ୍ବର ଜିଲା ପାଇଁ ମନୋନୀତ ୧୫୨ ଶିକ୍ଷକଙ୍କ ମଧ୍ୟରୁ ୭ ଜଣ ଅନୁପସ୍ଥିତ ଥିବାବେଳେ କିଏ କେଉଁ ସ୍କୁଲ ପାଇଁ ଆଗ୍ରହୀ, ସେ ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ୧୪୫ ଜଣଙ୍କର କାଉନସେଲିଂ ଶେଷ ହୋଇଛି।

ଏଥିରେ ହିନ୍ଦୀ ଓ ଖେଳ ଶିକ୍ଷକଙ୍କ ବ୍ୟତୀତ ଆର୍ଟ ଟିଜିରେ ୮୨ ଜଣ, ସଂସ୍କୃତରେ ୩୦, ସିବିଜେଡରେ ୧୯ ଓ ପିସିଏମରେ ୧୪ ଜଣ ଶିକ୍ଷକ ଅଛନ୍ତି। କୋର୍ଟରେ ମାମଲା ଚାଲିଥିବା ଯୋଗୁଁ ହିନ୍ଦୀ ଓ ଖେଳ ଶିକ୍ଷକ ନିଯୁକ୍ତି ବନ୍ଦ ରହିଥିବା ଜିଲା ଶିକ୍ଷାଧିକାରୀ ପ୍ରାଚୀତନୟା ଗିରି ସୂଚନା ଦେଇଛନ୍ତି। ତେବେ ଆଗାମୀ ଦିନରେ ସମସ୍ତ ସ୍କୁଲର ଶିକ୍ଷକ ଅଭାବ ପୂରଣ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories