www.samajalive.in
Sunday, December 14, 2025
14.1 C
Bhubaneswar

ମିତାଲିଙ୍କ ବିଶ୍ବରେକର୍ଡ ୨୦୦ ଦିନିକିଆ

ହାମିଲଟନ : ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିତାଲି ରାଜ ପ୍ରଥମ ମହିଳା କ୍ରିକେଟରଭାବେ ୨୦୦ ଦିନିକିଆ ମ୍ୟାଚ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି। ଶୁକ୍ରବାର ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜର ୩ୟ ମ୍ୟାଚ ଖେଳିବା ଅବସରରେ ମିତାଲି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ମିତାଲିଙ୍କ ପଛକୁ ଇଂଲଣ୍ଡର ଚାର୍ଲୋଟ୍‌ ଏଡ୍‌ୱାର୍ଡସ ୨ୟ (୧୯୦) ଓ ଭାରତର ଝୁଲଣ ଗୋସ୍ବାମୀ (୧୬୬) ୩ୟ ସ୍ଥାନରେ ରହିଛନ୍ତି। ୩୬ ବର୍ଷୀୟା ମିତାଲି ୧୯୯୯ରେ ଆୟରଲାଣ୍ଡ ବିପକ୍ଷରେ ନିଜର ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ୨୦୦ ଦିନିକିଆ ଖେଳି ୫୧.୩୩ ହାରରେ ୬୬୨୨ ରନ ସ୍କୋର କରିଛନ୍ତି। ଏଥିମଧ୍ୟରେ ୭ଟି ଶତକ ଓ ୫୨ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଦିନିକିଆ ଫର୍ମାଟରେ ମହିଳା କ୍ରିକେଟରଭାବେ ମିତାଲି ସର୍ବାଧିକ ରନ ସ୍କୋର କରିଥିବାବେଳେ ସର୍ବାଧିକ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ଭାରତୀୟ ମହିଳା ଦଳ ଏପର୍ଯ୍ୟନ୍ତ ମୋଟ ୨୬୩ଟି ଦିନିକିଆ ଖେଳିଥିବାବେଳେ ମିତାଲି ସର୍ବାଧିକ ୨୦୦ଟି ମ୍ୟାଚରେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି। ପୁନଶ୍ଚ ଦିନିକିଆରେ ଅଧିନାୟିକାଭାବେ ମିତାଲି ସର୍ବାଧିକ ୧୨୩ଟି ମ୍ୟାଚରେ ଦଳର ନେତୃତ୍ବ ନେଇଥିବାବେଳେ ତାଙ୍କ ପଛକୁ ଇଂଲଣ୍ଡ ଅଧିନାୟିକା ଚାର୍ଲୋଟ୍‌ ଏଡ୍‌ୱାର୍ଡସ (୧୧୭) ୨ୟ ସ୍ଥାନରେ ରହିଛନ୍ତି। ମିତାଲି ଭାରତ ପକ୍ଷରୁ ୧୦ଟି ଟେଷ୍ଟ ଓ ୮୫ଟି ଟ୍ବେଣ୍ଟି୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି। ମହିଳା କ୍ରିକେଟରଙ୍କ ମଧ୍ୟରେ ମିତାଲିଙ୍କ ଆନ୍ତର୍ଜାତିକ କ୍ୟାରିୟର ସବୁଠାରୁ ଅଧିକ ସମୟ ହୋଇଥିବାବେଳେ ମୋଟ ଉପରେ ସେ ସଚିନ ତେନ୍ଦୁଲକର, ସନଥ୍‌ ଜୟସୁରିଆ ଓ ଜାଭେଦ ମିଆଁଦାଦଙ୍କ ପରେ ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories