www.samajalive.in
Saturday, December 13, 2025
26.1 C
Bhubaneswar

ପରଦାକୁ ଆସିବ ଅକ୍ଷୟ ଓ ପରୀଣୀତି ଯୋଡୀ

ମୁମ୍ବଇ : ଖିଲାଡି କୁମାର ଅକ୍ଷୟ ନିଜ ଆଗାମୀ ଚଳଚ୍ଚିତ୍ର ‘କେଶରୀ’ର ମୁକ୍ତିଲାଭକୁ ଚାତକ ପରି ଅପେକ୍ଷା କରିଛନ୍ତି। ଅନୁରାଗ ସିଂ ନିର୍ଦେଶିତ ଏଇ ଚଳଚ୍ଚିତ୍ର ‘ବ୍ୟାଟେଲ୍ ଅଫ୍ ସାରାଗଢ଼ି’ ଉପରେ ଆଧାରିତ ହୋଇଥିବାବେଳେ ସେ ହାବିଲଦାର ଈଶାର ସିଂଙ୍କ ଭୂମିକାରେ ଅବତୀର୍ଣ୍ଣ। ଏଥିରେ ତାଙ୍କ ସହ ପରୀଣୀତି ଚୋପ୍ରା ଦେଖାଦେବେ। ଚଳିତ ବର୍ଷ ହୋଲି ଅବସରରେ ‘କେଶରୀ’ ମୁକ୍ତିଲାଭ ହେବାର ଯୋଜନା ରହିଛି। ଅନ୍ୟ ପାଖେ ଅକ୍ଷୟଙ୍କ ହାତରେ ଆଉ ଏକ ଦମ୍‌ଦାର୍ ସୁଯୋଗ ଆସିଛି। ହିନ୍ଦୁ ରାଜା ପୃଥ୍ବୀରାଜ୍ ଚୌହାନ୍‌‌ଙ୍କ ଜୀବନୀକୁ ଅଧାର କରି ଖୁବ୍ ଶୀଘ୍ର ୟଶ୍‌ରାଜ୍ ପ୍ରଡକ୍ସନ୍ ଏକ ଚଳଚ୍ଚିତ୍ର ଆରମ୍ଭ କରିବାକୁ ଯାଉଛି। ଏଥିରେ ଅକ୍ଷୟ ହିଁ ମୁଖ୍ୟ ଭୂମିକାରେ ଦେଖାଦେବେ ବୋଲି ସ୍ପଷ୍ଟ ହୋଇଯାଇଛି। ଚନ୍ଦ୍ରପ୍ରକାଶ ଦ୍ବିବେଦୀ ନିର୍ଦେଶିତ ଏଇ ଚଳଚ୍ଚିତ୍ରର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ। ପୃଥ୍ବୀରାଜ୍ ଚୌହାନ୍ ଓ ସଂୟୋଗିତାଙ୍କ ପ୍ରେମ କାହାଣୀ ଏଥିରେ ଚିତ୍ରାୟିତ ହେବା ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ଦର୍ଶକଙ୍କୁ ଅବଗତ କରାଯିବ ବୋଲି ୟୁନିଟ୍ ତରଫରୁ କୁହାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories