www.samajalive.in
Saturday, December 13, 2025
26.1 C
Bhubaneswar

ଆମେ ନିର୍ମାଣ କରିବୁ ରାମ ମନ୍ଦିର : କିନ୍ନର ଆଖଡା

ନୂଆଦିଲ୍ଲୀ : କିନ୍ନର ଆଖଡାର ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରୀପାଠି ଏକ ବଡ ଘୋଷଣା କରିଛନ୍ତି। କିନ୍ନର ଆଖଡା ରାମ ମନ୍ଦିର ନିର୍ମାଣ କରିବ ବୋଲି ସେ କହିଛନ୍ତି । ଲକ୍ଷ୍ମୀଙ୍କ କହିବା ଅନୁସାରେ ରାମ ଆମର ଆରଧ୍ୟ ଦେବତା। ରାମ ମନ୍ଦିରକୁ ନେଇ ରାଜନୀତି କରାଯାଉଛି। ନିର୍ବାଚନ ପୂର୍ବରୁ ରାମମନ୍ଦିର ନିର୍ମାଣ କଥା ଅଧିକ ଶୁଣାଯାଏ। ନିର୍ବାଚନ ପରେ ସମସ୍ତେ ଏହାକୁ ଭୁଲି ଯାଆନ୍ତି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଶିବରାତ୍ରି ପରେ କିନ୍ନର ଆଖଡା ଅଯୋଧ୍ୟା ପଦଯାତ୍ରା କରିବ। ଏହି ଘୋଷଣା ଲକ୍ଷ୍ମୀ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି।

ଲକ୍ଷ୍ମୀଙ୍କ କହିବା ଅନୁସାରେ ମନ୍ଦିର ନିର୍ମାଣ କରିବା ପାଇଁ ସମସ୍ତ ଧାର୍ମିକ ସଂଗଠନକୁ ଏକାଠି ହେବକୁ ପଡିବ। ବିଭିନ୍ନ ସଂସଦ ଗଠନ କରିବା ଦ୍ୱାରା କୌଣସି ସଠିକ୍‍ ନିର୍ଣ୍ଣୟରେ ପହଞ୍ଚି ପାରିବା ନାହିଁ।
ସୁପ୍ରିମ୍‍କୋର୍ଟ ପ୍ରଧାନ ବିଚାରପତି, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସମସ୍ତଙ୍କୁ ମନ୍ଦିର ବହୁତଶୀଘ୍ର ନିର୍ମାଣ କରିବାକୁ ପତ୍ର ଲେଖିବି ବୋଲି ଲକ୍ଷ୍ମୀ କହିଛନ୍ତି। ଭାଗବାନ ରାମଙ୍କୁ ନେଇ କିଛି ବି କରିବାକୁ ପଡିଲେ ଆମେ କରିବାକୁ ପ୍ରସ୍ତୁତ ବୋଲି କିନ୍ନର ଆଖଡା ମୁଖ୍ୟ ଲକ୍ଷ୍ମୀ ତ୍ରୀପାଠି କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories