www.samajalive.in
Wednesday, December 10, 2025
23.1 C
Bhubaneswar

ଶୁଖିଲା ଗଛର ବଡ଼ ଡାଳ ପଡ଼ି ଓକିଲ ଗୁରୁତର

ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ସହର ମଧ୍ୟରେ ଥିବା କୋର୍ଟ ମାର୍କେଟରେ ଶୁଖିଲା ଆମ୍ବ ଗଛ ଡାଳ ପଡ଼ି ଜଣେ ବରିଷ୍ଠ ଓକିଲ ଗୁରୁତର ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ପଣସପଡ଼ି ସାହିରୁ କୋର୍ଟକୁ ଯିବା ପାଇଁ ନିଜ ବାଇକରେ ବାହାରିଥିଲେ ବରିଷ୍ଠ ଓକିଲ ରାମକୃଷ୍ଣ ଦାସ। କୋର୍ଟ ମାର୍କେଟ ହୋଇ ଯାଉଥିବାବେଳେ ହଠାତ ରାସ୍ତା ପାର୍ଶ୍ବରେ ଦୀର୍ଘ ଦିନ ହେବ ରହିଥିବା ବିରାଟ ଶୁଖିଲା ଆମ୍ବ ଗଛର ଡାଳଟି ଭାଙ୍ଗି ଯାଇ ଚଳନ୍ତା ବାଇକରେ ଥିବା ରାମକୃଷ୍ଣଙ୍କ ଉପରେ ପଡ଼ିଥିଲା। କିଛି ଜାଣିବା ଆଗରୁ ଶୁଖିଲା ଡାଳ ରାମକୃଷ୍ଣ ଓ ତାଙ୍କ ବାଇକ ଉପରେ ପଡ଼ିବାରୁ ସେ ତଳେ ଚାପି ହୋଇ ଯାଇଥିଲେ। ଜୀବନ ବଞ୍ଚାଇବା ପାଇଁ ଚିତ୍କାର ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଅଧିକ ଗୁରୁତର ହେବାରୁ ଫୁଲବାଣୀ ଜିଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଫଳରେ ରକ୍ତ ଜୁଡୁବୁଡୁ ହୋଇଚନ୍ତି ରାମକୃଷ୍ଣ। ତେବେ ଦୀର୍ଘ ଦିନ ହେବ ସେହି ମାର୍କେଟରେ ଦୁଇଟି ଶୁଖିଲା ଗଛ ଥିବା ସତ୍ବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ତାହାକୁ କଟା ନ ଯାଇ ରଖାଯିବା ଫଳରେ ଆଜି ନିଶ୍ଚିତ ମୃତ୍ୟୁ ମୁଖରୁ ଜଣେ ଓକିଲ ବଞ୍ଚିଯାଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ଓ ସ୍ଥାନୀୟ ଲୋକେ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories