www.samajalive.in
Wednesday, December 10, 2025
23.1 C
Bhubaneswar

ମୁକ୍ତିଲାଭ କଲା ‘ଆଞ୍ଜେଲ’, ସବୁ ପ୍ରେକ୍ଷାଳୟରେ ହାଉସଫୁଲ

ଭୁବନେଶ୍ୱର : ସସପେନ୍ସ ଥ୍ରୀଲର ଭରା ନୂଆ ଓଡ଼ିଆ ଚଳଚ୍ଚିତ୍ର “ଆଞ୍ଜେଲ” ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ସ୍ଵାତି କମ୍ପ୍ଲେକ୍ସରେ ପ୍ରିମିୟର ଶୋ’ ଅବସରରେ ‘ଆଞ୍ଜେଲ’ର ସମସ୍ତ କଳାକାର, ଟେକ୍ନିସିଆନଙ୍କ ସମେତ ଓଲିଉଡ଼ର ଅନେକ ବରିଷ୍ଠ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ତଥା ସିନେ ସମୀକ୍ଷକ ଯୋଗଦେଇ ସିନେମା ଦେଖିଥିଲେ।

ଛୋଟ ଛୁଆ ଟ୍ରାକିଂକୁ ନେଇ ସିନେମା ଗଢ଼ା ହୋଇଥିବାରୁ ସମସ୍ତ ଦର୍ଶକ ଏହି ସିନେମା ଦେଖିବା ପାଇଁ ପ୍ରେକ୍ଷାଳୟ ମୁହାଁ ହୋଇଛନ୍ତି ଲ ଶୁଭମ ସିନେ ପ୍ରଡ଼କସନ ବ୍ୟାନରର ପ୍ରଥମ ଅବଦାନ ତଥା ଶ୍ରୀମତୀ ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରକୁ ଦର୍ଶକ ଢେର ପ୍ରଶଂସା କରିଛନ୍ତି। ଜିତେନ୍ଦ୍ରୀୟ ପ୍ରଧାନଙ୍କ କାହାଣୀ, ସଂଳାପ ସହିତ ନିର୍ଦ୍ଦେଶନାକୁ ମିଳିଛି ଅନେକ ପ୍ରଶଂସା।

- Advertisement -

ଜଣେ ସାହସୀ ପୁଲିସ ଅଧିକାରୀଙ୍କ ବାସ ଭବନରୁ ତାଙ୍କ ୮ ବର୍ଷର ଝିଅକୁ ଅପହରଣ ହେବା ପରେ ବିଭାଗର ଖ୍ୟାତିକୁ ବଞ୍ଚାଇରଖିବା ପାଇଁ ୨୪ଘଣ୍ଟା ମଧ୍ୟରେ ମାଷ୍ଟରମାଇଣ୍ଡକୁ ଧରିବା ପୁଲିସ ବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଯାଇଛି। କିଏ କରିଛି ଏହି ଅପହରଣ ଏବଂ କାହିଁକି କରିଛି ଅପହରଣ? ପୁଲିସ ମାଷ୍ଟରମାଇଣ୍ଡକୁ ଧରି ପାରିବେ ତ ? ସସପେନ୍ସ ଥ୍ରୀଲର ଏବଂ ମର୍ମସ୍ପର୍ଶୀ ଆକ୍ସନ୍ ଭରା ଓଡିଆ ସିନେମା ‘ଆଞ୍ଜେଲ’ରେ ନାୟକ ପାର୍ଥସାରଥୀ ରାୟ, ନାୟିକା କାଭ୍ୟା କିରଣ, ପ୍ରସନଜିତ ମହାପାତ୍ର ପ୍ରମୁଖ ମୁଖ୍ୟ ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି। ଅନ୍ୟାନ୍ୟ ଭୂମିକାରେ ଅମିତାଭ ପାତ୍ର, ଜିତେନ୍ଦ୍ରୀୟ ପ୍ରଧାନ, ସୃଜନ, ସୂର୍ଯ୍ୟକାନ୍ତ ଦଳେଇ, ଟୁକୁନ ଭଳି ଅନେକ କଳାକାରଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିବା ବୋଲି ପ୍ରଯୋଜକ ଆଶା ରଖିଛନ୍ତି। ବିଶେଷ ଭୂମିକାରେ ଶିଶୁ କଳାକାର ସାଇ ତ୍ରିଷ୍ଣା ଯିଏ କି ‘ଆଞ୍ଜେଲ’ ଚରିତ୍ରରେ ଅଭିନୟ କରିଛନ୍ତି।

ସଙ୍ଗୀତ ନିର୍ଦ୍ଦେଶନା ସହିତ ପ୍ରଚ୍ଛଦପଟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଶେଷ ଦାସ। ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ମିଡ଼ିଆ ପ୍ଲାନରର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ l ବଲିଉଡର ବହୁ ଅଭିଜ୍ଞ ଦର୍ଶକ ତଥା ଟେକ୍ନିସିଆନ ‘ଆଞ୍ଜେଲ’କୁ ବହୁତ ପ୍ରଶଂସା କରିବା ସହିତ ସାମ୍ପ୍ରତିକ ସମୟରେ ଏଭଳି ସିନେମା ହେବା ଉଚିତ ବୋଲି ମତ ଦେଇଛନ୍ତି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories