www.samajalive.in
Friday, December 5, 2025
20.1 C
Bhubaneswar

ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ ହକି ପାଇଁ ଭାରତୀୟ ଦଳ: ଓଡ଼ିଶାରୁ ସୁନେଲିତା ଓ ଜ୍ୟୋତି

ନୂଆଦିଲ୍ଲୀ, ୨୯।୧: ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ ହକି ୨୦୨୪-୨୫ ଭୁବନେଶ୍ବର ଲେଗ୍‌ ଲାଗି ହକି ଇଣ୍ଡିଆ ପକ୍ଷରୁ ବୁଧବାର ୨୪ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ​‌େ​‌ର ଭାରତ ଆସନ୍ତା ଫେବୃଆରୀ ୧୫ରୁ ୨୬ ପର‌୍ୟ୍ୟନ୍ତ ଇଂଲଣ୍ଡ, ସ୍ପେନ, ଜର୍ମାନୀ, ନେଦରଲାଣ୍ଡ୍‌ସ, ମ୍ୟାଚ ଖେଳିବ। ସାଲିମା ଟେଟେ ଦଳର ଅଧିନାୟିକା ଓ ନବନୀତ କୌର ଉପ ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଦଳରେ ଗୋଲରକ୍ଷଭ ଭାବେ ବିଚୁ ଦେବୀ ଖାରିବାମ ରହିଥିବାବେଳେ ସୁଶିଳା ଚାନୁ ପୁଖାରବାମ, ନିକ୍କି ପ୍ରଧାନ, ଉଦିତା, ଜ୍ୟୋତି, ଇସିକା ଚୌଧୁରୀ ଓ ଜ୍ୟୋତି ଛେତ୍ରୀ ଡିଫେଣ୍ଡର ଭାବେ ଦଳରେ ସ୍ଥାନ ପାଇଛନ୍ତି। ମିଡ୍‌ଫିଲଡରରେ ବୈଷ୍ଣବୀ ବିଥାଲ ପାଖଲେ, ନେହା, ମନୀଷା ଚୌହ୍ବାନ, ସାଲିମା ଟେଟେ, ସୁନେଲିତା ଟପ୍ପୋ, ଲାଲରିମସିଆମି, ବଲଜିତ କୌର ଓ ଶର୍ମିଳା ଦେବୀ ରହିଛନ୍ତି। ଫରୱାର୍ଡ ବିଭାଗରେ ନବନୀତ କୌର, ମୁମତାଜ ଖାନ, ପ୍ରୀତି ଦୁବେ,ଋତୁଜା ଦାଦାସୋ ପିସାଲ,ବିୟୁଟି ଡୁଙ୍ଗଡୁଙ୍ଗ, ସଙ୍ଗୀତା କୁମାରୀ, ଦୀପିକା ଓ ବନ୍ଦନା କଟାରିୟା ରହିଛନ୍ତି। ଦଳରେ ଓଡ଼ିଶାରୁ ଦୁଇ ଖେଳାଳି ସୁନେଲିତା ଟପ୍ପେ​‌ା ଓ ଜ୍ୟୋତି ଛେତ୍ରୀ ରହିଛନ୍ତି। ୨୪ଜଣିଆ ଦଳ ପ୍ରଥମ ୪ଟି ମ୍ୟାଚ ଲାଗି ମନୋନୀତ ହୋଇଛନ୍ତି। ଏହା ପରେ ଦଳରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି ଯେ,ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ଲାଗି ମନୋନୀତ ଦଳରେ ଯୁବ ଓ ବରିଷ୍ଠ ଖେଳାଳି ରହିଛନ୍ତି। ଦଳ ଭୁୂବନେଶ୍ବରରେ ଖେଳିବାକୁ ଥିବା ୮ଟି ମ୍ୟାଚରେ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ବୋଲି ହରେନ୍ଦ୍ର କହିଛନ୍ତି। ଭାରତ ଫେବୃଆରୀ ୧୫ରେ କଳିଙ୍ଗ ଷ୍ଟାଡ଼ିୟମରେ ଇଂଲଣ୍ଡ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।
ଭାରତୀୟ ମହିଳା ହକି ଦଳ: ସବିତା ଓ ବିଛୁଦେବୀ ଖାରିବାମ୍‌ (ଉଭୟେ ଗୋଲରକ୍ଷକ), ସୁଶୀଳା ଚାନୁ ପୁଖାରବାମ, ନିକି ପ୍ରଧାନ, ଉଦିତା, ଜ୍ୟୋତି, ଇସିକା ଚୌଧୁରୀ, ଜ୍ୟୋତି ଛେତ୍ରୀ (ସମସ୍ତେ ଡିଫେଣ୍ଡର)ଟ୍ଟ ବୈଷ୍ଣବୀ ବିଥାଲ ପାଖଲେ, ନେହା, ମନୀଷା ଚୌହ୍ବାନ, ସାଲିମା ଟେଟେ (ଅଧିନାୟିକା), ସୁନେଲିତା ଟପ୍ପୋ, ଲାଲରେମ୍‌ସିଆମି, ବଲଜିତ କୌର, ଶର୍ମିଳା ଦେବୀ (ସମସ୍ତେ ମିଡ୍‌ଫିଲ୍‌ଡର), ନବନୀତ କୌର, ମୁମତାଜ ଖାଁ, ପ୍ରୀତି ଦୁବେ, ଋତୁଜା ଦାଦାସୋ ପିସାଲ, ବିୟୁଟି ଡୁଙ୍ଗ୍‌ଡୁଙ୍ଗ୍‌, ସଙ୍ଗୀତା କୁମାରୀ, ଦୀପିକା, ବନ୍ଦନା କାଟାରିୟା (ସମସ୍ତେ ଫରୱାର୍ଡ)।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories