www.samajalive.in
Sunday, December 14, 2025
26.1 C
Bhubaneswar

ଯୁବତୀଙ୍କୁ କାରରେ ଗୋଡ଼ାଇଲେ ଶାସକ ଦଳର ନେତା

ସମାଜ ଡିଜିଟାଲ ଡେସ୍କ: ତାମିଲନାଡୁର ଚେନ୍ନାଇ ସହରରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଶାସକ ଦଳର ନେତା କିଛି ସହଯୋଗୀଙ୍କ ସହାୟତାରେ ରାସ୍ତାରେ ଆତଙ୍କ ଖେଳାଇଛନ୍ତି। କିଛି ଯୁବତୀଙ୍କୁ ଏମାନେ ଏକ କାରରେ ଗୋଡ଼ାଇ ଗୋଡ଼ାଇ ହଇରାଣ କରିବା ସହିତ ଭୟଭୀତ କରାଇଛନ୍ତି। ଶେଷରେ କୌଶଳକ୍ରମେ ଯୁବତୀମାନେ ଜୀବନ ପଞ୍ଚାଇ ସେଠାରୁ ଖସି ପଳାଇବାରେ ସମର୍ଥ ହୋଇଛନ୍ତି। ଅସାମାଜିକମାନଙ୍କ ଗାଡ଼ିରେ ଶାସକ ଦଳର ଡିଏମକେର ପତାକା ଲାଗିଥିବା ଦେଖିବାକୁ ମିଳିଛି। ଏ ସମସ୍ତ ଘଟଣାର ଏକ ଭିଡିଓ ଯୁବତୀମାନେ ସାମାଜିକ ଗଣମାଧ୍ୟମରେ ଶେୟାର କରିବା ପରେ ରାଜ୍ୟରେ ଶାସକ ଦଳର ନେତାମାନଙ୍କ ଗୁଣ୍ଡାଗର୍ଦ୍ଦି ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଚେନ୍ନାଇର ଇସିଆର ଅଞ୍ଚଳରେ କିଛି ଯୁବତୀ ଏକ କାରରେ ଯାଉଥିଲେ। ସେମାନଙ୍କୁ ପଛରୁ ଆଉ ଏକ କାରରେ କିଛି ଲୋକ ଗୋଡ଼ାଇ ଥିଲେ। କିଛି ସମୟ ପରେ ଅସାମାଜିକ ବ୍ୟକ୍ତି ଥିବା କାରଟି ଯୁବତୀମାନଙ୍କ କାରକୁ ଅତିକ୍ରମ କରି ଆଗରେ ବାଟ ଓଗାଳି ଅଟକି ଥିଲା। ସେଥିରୁ ଜଣେ ଯୁବକ ବାହାରି ଯୁବତୀମାନେ ବସିଥିବା କାର ଆଡକୁ ଦୌଡ଼ି ଆସିଥିଲେ। କାର ଚଳାଉଥିବା ଜଣେ ଯୁବତୀ ଭୟରେ ଗାଡ଼ିକୁ ଆଗକୁ ନେଇଯାଇଥିଲେ। କିନ୍ତୁ ଅସାମାଜିକ ଯୁବତୀଙ୍କ କାର ଆଗକୁ ସେମାନଙ୍କ କାର ଆଟି ବାଟ ଓଗାଳିଥିଲେ। ଶେଷରେ ଯୁବତୀମାନେ ନିଜ କାରକୁ ପଛକୁ ଆଣି ବୁଲାଇ ଅନ୍ୟ ରାସ୍ତାରେ ଚାଲିଯାଇଥିଲେ।

- Advertisement -

ଏହି ଘଟଣାକୁ ନେଇ ବିରୋଧୀ ବିଜେପି ଏବଂ ଏଆଇଡିଏମକେ ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ରାଜ୍ୟର ରାଜଧାନୀରେ ମହିଳାମାନଙ୍କ ସୁରକ୍ଷା ନେଇ ଉଭୟ ଦଳ ପ୍ରଶ୍ନ ଉଠାଇଛନ୍ତି। ଖୋଦ ଶାସକ ଦଳର ନେତାମାନେ କିପରି ମହିଳାମାନଙ୍କୁ ସର୍ବସମ୍ମୁଖରେ ହଇରାଣ କରୁଛନ୍ତି ଏବଂ ଭୟଭୀତ କରାଉଛନ୍ତି ଏହା ତାହାର ଉଦାହରଣ ବୋଲି ଦୁଇ ଦଳ କହିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories