www.samajalive.in
Sunday, December 14, 2025
23.1 C
Bhubaneswar

ଦେଶରେ ୫୫% ଟ୍ରକ୍ ଚାଳକଙ୍କ ଆଖି ଖରାପ

ନୂଆଦିଲ୍ଲୀ : ଦେଶରେ ଟ୍ରକ୍ ଡ୍ରାଇଭରମାନଙ୍କୁ ନେଇ ହୋଇଥିବା ଏକ ସର୍ଭେର ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ସମସ୍ତଙ୍କୁ ଚକିତ କରୁଛି । ତଥ୍ୟ ଅନୁସାରେ ସାରା ଦେଶରେ ପ୍ରାୟ ୫୫.୧ ପ୍ରତିଶତ ଟ୍ରକ୍ ଡ୍ରାଇଭରଙ୍କ ଆଖି ସମସ୍ୟା ରହିଛି ଏବଂ ସେମାନଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ । ୫୩.୩ ପ୍ରତିଶତ ଦୂର ଜିନିଷ ଦେଖିବାରେ ସମସ୍ୟା ହୁଏ ଏବଂ ୪୬.୭ ପ୍ରତିଶତ ପାଖ ଜିନିଷ ଦେଖିବାରେ ସମସ୍ୟା ଅନୁଭବ କରନ୍ତି । ଆଇଆଇଟି ଦିଲ୍ଲୀ ୨୮ ଜାନୁୟାରୀ ମଙ୍ଗଳବାର ରିପୋର୍ଟ ଜାରି କରି ଏମିତି ତଥ୍ୟ ଦେଇଛି ।

ଗତ ବର୍ଷେ ମଧ୍ୟରେ ‘ପ୍ରୋଜେକ୍ଟ ଅଭୟ’ ଅନୁସାରେ ସମୁଦାୟ ୫୦ ହଜାର ୭୧୩ ଟ୍ରକ୍ ଡ୍ରାଇଭରଙ୍କ ଯାଞ୍ଚ କରାଯାଇଛି ଯାହାକୁ ଆଇଆଇଟି-ଦିଲ୍ଲୀର ସେଣ୍ଟର ଫର୍ ରୁରଲ ଡେଭଲପମେଣ୍ଟ ଆଣ୍ଡ୍ ଟେକ୍ନୋଲୋଜି(ସିଆରଡିଟି) ଫୋରସାଇଟ ଫାଉଣ୍ଡେସନ୍ ସହଯୋଗରେ ଡିଜାଇନ୍ ଓ ବିକଶିତ କରିଥିଲା ଏବଂ ସଡକ ପରିବହନ ମନ୍ତ୍ରାଳୟ ଏହାର ସମର୍ଥନ କରିଥିଲା । ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଙ୍ଗଳବାର ଡ୍ରାଇଭରମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଉଠାଯାଇଥିବା ପଦକ୍ଷେପର ରିପୋର୍ଟ ଜାରି କରିଥିଲେ ।

- Advertisement -

ରିପୋର୍ଟ ଅନୁସାରେ ସ୍କ୍ରିନିଂ ସମୟରେ ପ୍ରାୟ ୫୫.୧ ପ୍ରତିଶତ ଟ୍ରକ୍ ଡ୍ରାଇଭରଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ବୋଲି ଜଣାପଡିଥିଲା । ଏଥିରୁ ୫୩.୩ ପ୍ରତିଶତ ଦୂର ଜିନିଷ ଦେଖିବାରେ ସମସ୍ୟା ଭୋଗ କରୁଥିଲେ ଏବଂ ୪୬.୭ ପ୍ରତିଶତ ଡ୍ରାଇଭର ପାଖ ଜିନିଷ ଦେଖିପାରୁନଥିଲେ । ପରିଯୋଜନା ଅନୁସାରେ ଡ୍ରାଇଭରଙ୍କୁ ଚଷମା ଦିଆଯାଇଛି ଯାହା ଫଳରେ ଏହା ସୁନିଶ୍ଚିତ କରାଯାଇଛି କି ୯୩.୭ ପ୍ରତିଶତ ଡ୍ରାଇଭରମାନେ ଠିକ୍ ଭାବେ ଦେଖିପାରିବେ । ଗାଡି ଚାଳକ ସଠିକ୍ ଭାବେ ଦେଖିପାରିଲେ ସଡକ ଦୁର୍ଘଟଣାକୁ ରୋକାଯାଇପାରିବ । ସେହିଭଳି ସ୍ବାସ୍ଥ୍ୟ ଯାଞ୍ଚ ସମୟରେ ଜଣାପଡିଥିଲା କି ୫୭.୪ ପ୍ରତିଶତ ଡ୍ରାଇଭରଙ୍କ ରକ୍ତଚାପ ସ୍ତର ବଢିତିଲା ଏବଂ ୧୮.୪ ପ୍ରତିଶତଙ୍କ ପାଖରେ ମଧୁମେହ ସମ୍ପର୍କିତ ସମସ୍ୟା ଥିଲା । ସମସ୍ତଙ୍କୁ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories