www.samajalive.in
Tuesday, December 9, 2025
17.1 C
Bhubaneswar

ଏହି ସମୟରେ ପ୍ରଭୁ ହନୁମାନଙ୍କୁ ପୂଜା କଲେ ମିଳିଥାଏ ଶୁଭଫଳ

ପ୍ରଭୁ ଶ୍ରୀରାମ ଭକ୍ତ ହନୁମାନ ଖୁବ ଦୟାଳୁ ବୋଲି ଶାସ୍ତ୍ରରେ କୁହାଯାଇଛି। ସେ ନିଜ ଭକ୍ତଙ୍କ ଦୁଃଖଦୁର୍ଦ୍ଦଶା ସହି ପାରନ୍ତି ନାହିଁ ବୋଲି କୁହାଯାଏ। ପ୍ରଭୁଙ୍କ ପୂଜା ନିଷ୍ଠା ସହ କଲେ ସେ ଖୁବ ପ୍ରସନ୍ନ ହୋଇଥାଆନ୍ତି। ବହୁ ଲୋକେ ପ୍ରଭୁ ହନୁମାନଙ୍କ ପୂଜା ସନ୍ଧ୍ୟା କିମ୍ବା ରାତ୍ରି ସମୟରେ କରିଥାଆନ୍ତି। ମାତ୍ର ଏହାର କାରଣ ହୁଏତ ଆପଣ ଜାଣି ନଥିବେ। ଜାଣନ୍ତୁ ଏପରି କରିବାର କାରଣ କ’ଣ….
ଶାସ୍ତ୍ରରେ କୁହାଯାଇଛି ଯେ, ପ୍ରଭୁ ହନୁମାନ ଦିନଯାକ ଭଗବାନ ଶ୍ରୀରାମଙ୍କ ସେବା କରିଥାଆନ୍ତି। ତେଣୁ ରାତି କିମ୍ବା ସନ୍ଧ୍ୟାରେ ପ୍ରଭୁ ଶ୍ରୀରାମ ବିଶ୍ରାମ ନେବା ସମୟରେ ହନୁମାନ ତାଙ୍କ ସେବା କରିନଥାଆନ୍ତି। ଏହି ସମୟରେ ସେ ନିଜ ଭକ୍ତଙ୍କର ଡ଼ାକ ସହଜରେ ଶୁଣି ଥାଆନ୍ତିି। ତେଣୁ ସନ୍ଧ୍ୟା ଅଥବା ରାତିରେ ଶ୍ରଦ୍ଧାର ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କଲେ
ସମସ୍ତ ମନକାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହା ସହ ବୁଦ୍ଧି, ବଳ, ବିଦ୍ୟା ମଧ୍ୟ ପ୍ରାପ୍ତି ହୋଇଥାଏ। ଶାନ୍ତ ପରିବେଶରେ ଏକାଗ୍ରତାର ସହ ସନ୍ଧ୍ୟାରେ ପ୍ରଭୁଙ୍କୁ ପୂଜା କଲେ ଆଶୀର୍ବାଦ ମିଳିବା ସହ ଜୀବନରେ ଥିବା ବାଧାବିଘ୍ନ ଦୂର ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories