www.samajalive.in
Monday, December 8, 2025
24.1 C
Bhubaneswar

ଆଲୁମିନିୟମ ବାସନରେ ରନ୍ଧା ଖାଦ୍ୟ ଖାଉଛନ୍ତି କି ? ହୋଇପାରେ ଏହି ସମସ୍ୟା

ଆଜିକାଲି ଘରେ ଅଧିକତଃ ବାସନ ଆଲୁମିନିୟମର ଦେଖିବାକୁ ମିଳୁଛି। ପୁରା ଦୁନିଆରେ ଦେଖିବାକୁ ଗଲେ ପ୍ରାୟ ୬୦ ପ୍ରତିଶତ ଲୋକ ଆଲୁମିନିୟମର ବାସନ ବ୍ୟବହାର କରୁଛନ୍ତି। ଆଲୁମିନିୟମର ବାସନ ଅନ୍ୟ ଧାତୁର ବାସନ ଅପେକ୍ଷା ଶସ୍ତା ଅଟେ। ଏହି କାରଣରୁ ଅଧିକ ଲୋକ ଆଲୁମିନିୟମର ବାସନ ବ୍ୟବହାର କରୁଛନ୍ତି।

ଆଲୁମିନିୟମର ବାସନ ଶସ୍ତା ହୋଇଥିଲେ ମଧ୍ୟ ତାହା ଆମ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଏଥିରେ ଖାଦ୍ୟ ରାନ୍ଧି ଖାଇବା ଦ୍ବାରା ପ୍ରତିଦିନ ମନୁଷ୍ୟ ଶରୀରକୁ ୪ରୁ ୫ ମିଲିଗ୍ରାମ ଆଲୁମିନିୟମ ଯାଇଥାଏ। ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ଆଲୁମିନିୟମରେ ରନ୍ଧନ କରାଯାଇଥିବା ଖାଦ୍ୟର ରଙ୍ଗ ଅନ୍ୟ ବାସନରେ ରନ୍ଧା ଯାଇଥିବା ଖାଦ୍ୟ ତୁଳନାରେ ଅଲଗା ହୋଇଥାଏ।

- Advertisement -

ଶରୀରରେ ଏହା କୁପ୍ରଭାବ ପକାଇଥାଏ କାରଣ, ଆଲୁମିନିୟମ ଖାଦ୍ୟ ସହ ମିଶି ତାହାର ପୋଷକ ତତ୍ତ୍ବ ନଷ୍ଟ କରିଦେଇଥାଏ। ବିଶେଷ କରି ଏସିଡିଟି ଥିବା ଖାଦ୍ୟ ଯେପରି ଟମାଟୋ। ଅଧିକ ଦିନ ଧରି ଆଲୁମିନିୟମ ବାସନରେ ଖାଦ୍ୟ ରାନ୍ଧି ଖାଇବା ଦ୍ବାରା ତାହା ଆମର ମାଂସପେଶୀ, କିଡନୀ ଓ ହାଡ ଉପରେ କୁପ୍ରଭାବ ପକାଇଥାଏ। ଯେଉଁ କାରଣରୁ ଅନେକ ରୋଗର ଶିକାର ହେବାକୁ ପଡିଥାଏ। ତେଣୁ ଆଲୁମିନିୟମ ବାସନରେ କେବେ ବି ଖାଦ୍ୟ ରାନ୍ଧନ୍ତୁ ନାହିଁ।

ଆଲୁମିନିୟମ ବାସନ ଦ୍ବାରା ହେଉଥିବା ରୋଗ :

ସ୍ମରଣ ଶକ୍ତି ହ୍ରାସ ଓ ଚିନ୍ତାଗ୍ରସ୍ତ

ମୁହଁରେ ଥିବା ଚର୍ମର ଆସ୍ତରଣ ଉପରେ କୁପ୍ରଭାବ

ଆଜମା

କିଡନୀରେ ସମସ୍ୟା

ଆପେଣ୍ଡିକ୍ସ

ଦୃଷ୍ଟି ଶକ୍ତିରେ ସମସ୍ୟା

ଡାଇରିଆ

ପେଟ ସମସ୍ୟା

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories