www.samajalive.in
Saturday, December 6, 2025
26.1 C
Bhubaneswar

ଭାରତ ଖୁବଶୀଘ୍ର ୫ ଟ୍ରିଲିୟନ ଅର୍ଥ ସମୃଦ୍ଧ ରାଷ୍ଟ୍ର ହେବ, ଓଡ଼ିଶା ଉତ୍କର୍ଷ ଛୁଇଁବ- ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ‘ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା’ ସମ୍ମେଳନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି।

‘ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା’ ସମ୍ମେଳନ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରି କହିଛନ୍ତି ଯେ, ଭାରତ ଆଜି ଦ୍ରୁତ ଗତିରେ ଅଗ୍ରସର ହେଉଛି। ଖୁବଶୀଘ୍ର ଦେଶ ୫ ଟ୍ରିଲିୟନ ଅର୍ଥ ସମୃଦ୍ଧ ରାଷ୍ଟ୍ର ହେବ। ଓଡ଼ିଶାରେ ଅନେକ ପ୍ରକାର ପ୍ରାକୃତିକ ସମ୍ପଦ ଭରି ରହିଛି। ଆମକୁ ଚାହିଦା ଅନୁସାରେ ବଦଳିବାକୁ ହେବ ଓ ଚାଲିବାକୁ ହେବ। ଓଡ଼ିଶାରେ ବହୁତ ସାରା ସମ୍ଭାବନା ରହିଛି। ଓଡ଼ିଶା ଖୁବଶୀଘ୍ର ଉତ୍କର୍ଷ ଛୁଇଁବ।

- Advertisement -

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି, ଓଡ଼ିଶାରେ ଏହା ସବୁଠାରୁ ବଡ଼ ବ୍ୟବସାୟିକ ସମ୍ମିଳନୀ। ବିକଶିତ ରାଷ୍ଟ୍ର ନିର୍ମାଣରେ ପୂର୍ବ ଭାରତର ଯୋଗଦାନ ବହୁତ ରହିଛି। ଦକ୍ଷିଣପୂର୍ବ ଭାରତ ସହ ଓଡ଼ିଶାର ସମ୍ପର୍କ ବହୁ ପୁରଣା। ସିଙ୍ଗାପୁର ରାଷ୍ଟ୍ରପତି ମଧ୍ୟ ନିକଟରେ ଆସି ସମ୍ଭାବନା ଉଜ୍ଜ୍ୱଳ କରିଛନ୍ତି। ବର୍ତ୍ତମାନ ଏଆଇ ଯୁଗ, ମାତ୍ର ଭାରତ ପାଇଁ ଏହା ଆସ୍ପିରେସନ ଇଣ୍ଡିଆ। ଓଡ଼ିଶା ଏହି ଆସ୍ପିରେସନକୁ ପ୍ରତିନିଧିତ୍ୱ କରୁଛି। ଓଡ଼ିଶା ବହୁତ ଶୀଘ୍ର ଉଚ୍ଚରେ ପହଞ୍ଚିବ, ଯାହା କେହି କଳ୍ପନା କରିନଥିବେ। ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଓ ସହାୟତା ଯୋଗାଇ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ‘ଉତ୍କର୍ଷ ଓଡ଼ିଶା’ ଗ୍ୟାଲେରୀ ବୁଲି ଦେଖିଛନ୍ତି।

ସ୍ୱାଗତ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସିଙ୍ଗିଲ ୱିଣ୍ଡୋ ଜରିଆରେ ପ୍ରତିବନ୍ଧକ ଦୂର କରିଛୁ। ମୁଁ ଆପଣମାନଙ୍କୁ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରୁଛି। ପ୍ରଧାନମନ୍ତ୍ରୀ ଭାରତକୁ ତୃତୀୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଆମେ ମଧ୍ୟ ସାମିଲ ହେବାକୁ ଯାଉଛୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

‘ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା’ ଉଦଘାଟନ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories