ହରଭଙ୍ଗା : ବୌଦ୍ଧ ଜିଲାପାଳ ସୁବ୍ରତ କୁମାର ପଣ୍ଡା ମଙ୍ଗଳବାର ହରଭଙ୍ଗାଠାରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ହରଭଙ୍ଗାରେ ଡବ୍ଲ୍ୟୁଟିପି ଏବଂ ପାଣିଘରାରେ ଇଣ୍ଟେକ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିବା ସହିତ ପ୍ରକଳ୍ପ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ଠିକସଂସ୍ଥା ଏବଂ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ତାଗିଦ କରିଛନ୍ତି ଜିଲାପାଳ। ଏହା ସହିତ ଶଂକୁଳେଇ ନୂଆପଡାସ୍ଥିତ ସନ୍ତୋଷ କୁମାର ସାହୁଙ୍କ ଆଳୁ, ପିଆଜ ଚାଷ ବୁଲି ଦେଖିଛନ୍ତି। ଜିଲାପାଳ ସୁବ୍ରତ ପଣ୍ଡା ଡିଆଁଘାଟରେ ଧାନ ପରବର୍ତ୍ତୀ ମୁଗ ଚାଷ ପଡ଼ିଆ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲାପାଳଙ୍କ ସହିତ ଏଡିଏମ ଅନିରୁଦ୍ଧ ପ୍ରଧାନ, ଉପଜିଲାପାଳ ପ୍ରବୀଣ କୁମାର ବଣୁଆ, ହରଭଙ୍ଗା ବିଡିଓ ଶରତ କୁମାର ସେଠୀ, ହରଭଙ୍ଗା ତହସିଲଦାର ବିଭୂପ୍ରସାଦ ସିଂହ ପ୍ରମୁଖ ସାମିଲ ଥିଲେ।
Popular Categories



