www.samajalive.in
Thursday, December 11, 2025
27.1 C
Bhubaneswar

ଆଇପିଏସ୍‌ କରାଇଦେବା ନାଁରେ ୪୬ ଲକ୍ଷ ଠକେଇ: ଜଣେ ଗିରଫ

ବ୍ରହ୍ମପୁର : ​ନିଜକୁ ମଧ୍ୟପ୍ରଦେଶର ଅତିରିକ୍ତ ପୁଲିସ ଡିଜି ବୋଲି ପରିଚୟ ଦେଇ ଆଇପିଏସ ଚାକିରି ଦେବା ନାଁରେ ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ଯୁବକଙ୍କଠାରୁ ୪୬ ଲକ୍ଷ ଟଙ୍କା ଠକି ନେଇଥିବା ବ୍ରହ୍ମପୁର ଉପକଣ୍ଠ ଜଗଦଳପୁରର ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସୋମବାର ପଶ୍ଚିମବଙ୍ଗ ରାଜ୍ୟର ପୁଲିସ ବ୍ରହ୍ମପୁର ନିମଖଣ୍ଡି ଥାନା ପୁଲିସ ସହଯୋଗରେ ଲୋଚାପଡା ଶ୍ରୀମା ନଗରରେ ରହୁଥିବା ଜଗଦଳପୁରର ଯୁବକ ଜି. କାହ୍ନା ପାତ୍ରଙ୍କୁ ଗିରଫ କରି ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି।  ସୂଚନାପ୍ରକାରେ, ପଶ୍ଚିମବଙ୍ଗ ବୀରଭୁମ ଜିଲା ସୁରି ଥାନା ଅଞ୍ଚଳର ସାୟନ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକଙ୍କ ମାଆ ସହ ଆଜକୁ ଦେଢ ବର୍ଷ ତଳେ ଅଭିଯୁକ୍ତ କାହ୍ନାଙ୍କ ଫେସବୁକରେ ପରିଚୟ ହୋଇଥିଲା। ଅଭିଯୁକ୍ତ କାହ୍ନା ନିଜକୁ ମଧ୍ୟପ୍ରଦେଶ କ୍ରାଇମବ୍ରାଞ୍ଚର ଅତିରିକ୍ତ ପୁଲିସ ଡିଜି ଭାବେ କାର୍ଯ୍ୟ କରୁଥିବା କହିଥିଲା । ଏପରିକି ମହିଳାଙ୍କ ପୁଅ ସାୟନ ଚକ୍ରବର୍ତ୍ତୀଙ୍କୁ ଆଇପିଏସ ଚାକିରି କରାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତେବେ ଏଥିପାଇଁ ଲକ୍ଷାଧିକ ଟଙ୍କା ଲାଗିବ ବୋଲି କହିଥିଲେ। ମହିଳା ଜଣଙ୍କ ରାଜି ହେବା ସହ ନିଜ ପୁଅକୁ ଆଇପିଏସ କରାଇବାକୁ ଯାହା ଟଙ୍କା ଦରକାର ଦେବେ ବୋଲି କହିଥିଲେ। ୨୦୨୩ ଅଗଷ୍ଟ ୧୭ ତାରିଖରେ ଅଭିଯୁକ୍ତ କାହ୍ନା ଅଭିଯୋଗକାରୀ ସାୟନ ଚକ୍ରବର୍ତ୍ତୀଙ୍କୁ ହାୱଡା ରେଳଷ୍ଟେସନ ଏବଂ ପରେ କଲିକତାର ଏକ ହୋଟେଲକୁ ଡାକି ଫିଟନେସ ସାର୍ଟିଫିକେଟ ଆଦି ନେଇଥିଲା। ଏହି ଦେଢ ବର୍ଷ ଭିତରେ ସାୟନ ଚକ୍ରବର୍ତ୍ତୀ ଓ ତାଙ୍କ ମାଆଙ୍କ ଠାରୁ ଅଭିଯୁକ୍ତ କାହ୍ନା ୪୬ ଲକ୍ଷ ଟଙ୍କା ନେଇସାରିଥିଲା। ହେଲେ ଅନେକ ଦିନ ପରେ ଆଇପିଏସ ଚାକିରି ନମିଳିବାରୁ ସେ ଠକେଇର ଶିକାର ହୋଇଥିବା ଜାଣି ୨୦୨୪ ଅକ୍ଟୋବର ୧୦ ତାରିଖରେ ସୁରି ଥାନାରେ ଅଭିଯୋଗ କରିଥିଲେ। ତଦନ୍ତବେଳେ ଅଭିଯୁକ୍ତ କାହ୍ନା ବ୍ରହ୍ମପୁର ନିକଟ ଜଗଦଳପୁର ବ୍ରହ୍ମଣସାହିର ବାସିନ୍ଦା ହୋଇଥିବା ବେଳେ ସେ ଶ୍ରୀମାନଗରରେ ରହୁଥିବା ପୁଲିସ ଜାଣିବାକୁ ପାଇ ବ୍ରହ୍ମପୁରରେ ପହଞ୍ଚି କାହ୍ନାକୁ କାବୁ କରିବା ପରେ ବ୍ରହ୍ମପୁର କୋର୍ଟରେ ହାଜର କରି ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡ ଆବେଦନ କରିଥିଲେ। କୋର୍ଟ ରିମାଣ୍ଡ ମଞ୍ଜୁର କରିଥିବା ଜଣାପଡିଛି। ଅଭିଯୁକ୍ତ କାହ୍ନାକୁ ନେଇ ସେଠାକାର ବୀରଭୁମ ସିଜେଏମଙ୍କ କୋର୍ଟରେ ହାଜର କରିବ ବୋଲି ଜଣାପଡିଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories