ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଚର୍ମରୋଗ ବିଶେଷଜ୍ଞ ସାରଦା ମିଶ୍ର ଯୋଗ ଦେଇ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୬୦ରୁ ଊର୍ଦ୍ଧ୍ବ ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦେଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଭବାନୀଶଙ୍କର ଲେଙ୍କାଙ୍କ ତତ୍ୱାବଧାନରେ ପରିଚାଳିତ ଶିବିରକୁ ବ୍ଲକ ଜନ ସ୍ୱାସ୍ଥ୍ୟ ଅଧିକାରୀ ଦିବାକର ପ୍ରଧାନ, କମ୍ୟୁନିଟି ହେଲ୍‌ଥ ଅଫିସର ସୌମ୍ୟରଞ୍ଜନ ନାଗ, ସୁଚରିତା ନାଗ, ସିଦ୍ଧାନ୍ତ ବାଗ, ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ ପ୍ରେମ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।

Comments are closed.