www.samajalive.in
Friday, December 12, 2025
14.1 C
Bhubaneswar

ଟ୍ରକ ଧକ୍କାରେ ଜଣେ ମୃତ 

ପାଟଣା : ଗତକାଲି ରାତିରେ ଟ୍ରକ ଧକ୍କାରେ ସାହାରପଡ଼ା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମର ଧନେଶ୍ୱର ମୁଣ୍ଡା(୪୫) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି l ଖବରରୁ ପ୍ରକାଶ ଯେ ଗତକାଲିଠାରୁ ଗୋଜିଟାଙ୍ଗରିଠାରୁ ମୀନାବଜାର ଦେଖି ଧନେଶ୍ଵର ଚାଲି ଚାଲି ନିଜ ଘର ଅଭିମୁଖେ ଫେରୁଥିବାବେଳେ ଖୁଣ୍ଟାପଡା ଗ୍ରାମ ନିକଟ କାଜୁ ଜଙ୍ଗଲ ନିକଟରେ ଗୋଜିଟାଙ୍ଗରି ପଟୁ ଆସୁଥିବା ଏକ ୧୬ ଚକିଆ ଟ୍ରକ ପଛ ପଟୁ ତାଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ହିଁ ସେ ମୃତ୍ୟୁ ବରଣ କରିଥିଲେ । ତେବେ ରାତିରେ ଘଟଣା ଜଣା ପଡ଼ିନଥିଲା । ସକାଳ ହେବାରୁ ଦୁର୍ଘଟଣା ବିଷୟରେ ଘର ଲୋକେ ଜାଣିବାକୁ ପାଇଥିଲେ । ଟ୍ରକଟି ମଧ୍ୟ ଦୁର୍ଘଟଣା ଘଟାଇ କାଜୁ ଜଙ୍ଗଲରୁ କିଛି ଦୂରରେ ଅଟକି ରହିଥିଲା ଓ ଆଜି ସକାଳୁ ଉଦୟପୁର ପଟେ ପଳାଇଯାଉଥିଲା ।ଉଦୟପୁର ଲୋକେ ଟ୍ରକଟିକୁ ଅଟକାଇଥିଲେ । ପାଟଣା ପୁଲିସ ଖବରପାଇ ଟ୍ରକକୁ ଜବତ ପାଟଣା ଥାନାକୁ ନେଇଥିଲେ । ଶବକୁ ମଧ୍ୟ ପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇଛି l ପାଟଣା ଥାନା କେସ ନଂ ୧୪।୨୦୨୫ ରେ ଏକ ମାମଲା ରୁଜୁ କରି ଥାନା ଏଏସଆଇ ଗୌର ହରି ଗରଡ଼ିଆ ପ୍ରକାଶ କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories